www.samajalive.in
Monday, December 15, 2025
14.1 C
Bhubaneswar

ନିତି ଆୟୋଗ ରିପୋର୍ଟ – ଆକାଂକ୍ଷା ଜିଲାରେ ଓଡ଼ିଶାର ତିନି ଜିଲା

ରାୟଗଡ଼ା: ଜିଲାର ମୌଳିକ ଭିତ୍ତିଭୂମିକୁ ଆଧାର କରି ପ୍ରସ୍ତୁତ ହୋଇଥିବା ନିତି ଆୟୋଗଙ୍କ ରିପୋର୍ଟ ଆଜି ପ୍ରକାଶ ପାଇଛି। ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୨୦ସ୍ଥାନ ମଧ୍ୟରେ ମାଳଭୂମିର କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲା ରହିଛି। ରାଜ୍ୟର ୧୦ଟି ଜିଲାକୁ ନିତି ଆୟୋଗ ଆକାଂକ୍ଷା ଜିଲା ଭାବେ ନେଇଥିବା ବେଳେ ନବରଙ୍ଗପୁର ଜିଲା ରାଜ୍ୟରେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛି ରାୟଗଡ଼ା। ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରୁଥିବା ଜିଲା ପ୍ରଶାସନକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ ଯୋଗେ ଶୁଭେଛା ଜଣାଇଛନ୍ତି।

ରାୟଗଡ଼ା ଜିଲାରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଥିବାବେଳେ ଗର୍ଭବତୀ ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ, ଦକ୍ଷତା ବିକାଶ ଓ କୃଷି ଏବଂ ଜଳସେଚନର ବ୍ୟବସ୍ଥା କରାଯାଇଛି, ଯାହାଫଳରେ ଅନେକ ଜିଲାବାସୀ ଉପକୃତ ହୋଇପାରିଛନ୍ତି ବୋଲି କୁହାଯାଇଛି। ନିତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ରାୟଗଡ଼ା ଜିଲା ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରିଛି। ବିଶେଷ କରି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବାରେ ପ୍ରଶାସନ ସକ୍ଷମ ହୋଇଥିବାବେଳେ ପୁଷ୍ଟିକର ଖାଦ୍ୟ ପ୍ରଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ସେହିପରି ବିଦ୍ୟାଳୟରେ ପାଇଖାନା ଓ ବିଦ୍ୟୁତିକରଣ,ଚାଷ ଜମି ପାଇଁ ଜଳସେଚନର ବ୍ୟବସ୍ଥା କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି । ଆକାଂକ୍ଷା ଜିଲାଗୁଡ଼ିକ ମଧ୍ୟରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ନିତି ଆୟୋଗଙ୍କ ଦ୍ବାରା ବର୍ଗୀକରଣ କରିବା ପରେ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ । ତେବେ ରିପୋର୍ଟ ଅନୁଯାୟୀ ଗତ ୧୧ତାରିଖ ଦିନ ପ୍ରକାଶିତ ରିପୋର୍ଟରେ ସର୍ବଭାରତୀୟ ସ୍ତରରେ ୧୧୨ଟି ଜିଲା ମଧ୍ୟରୁ ଶ୍ରେଷ୍ଠ ୨୦ଜିଲା ମଧ୍ୟରେ ଅବିଭକ୍ତ କୋରାପୁଟର ତିନି ଜିଲା ସ୍ଥାନ ପାଇବା ଘଟଣା ଜିଲା ପ୍ରଶାସନ ଓ ଜିଲାବାସୀଙ୍କ ପାଇଁ ଖୁସିର ଖବର ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories