www.samajalive.in
Sunday, December 14, 2025
17.1 C
Bhubaneswar

ଏନଆଇଟି କୁରୁକ୍ଷେତ୍ରର ଛାତ୍ରଙ୍କୁ କଡା ତାଗିଦ, ବିନା ନିମନ୍ତ୍ରଣରେ କାହା ଭୋଜିକୁ ଯାଅ ନାହିଁ

କୁରୁକ୍ଷେତ୍ର: ହରିୟାଣା କୁରୁକ୍ଷେତ୍ରସ୍ଥିତ ନେସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ହଷ୍ଟେଲ ଅନ୍ତେବାସୀଙ୍କୁ ବିନା ନିମନ୍ତ୍ରଣରେ ସହରର କୌଣସି ବାହାଘର କିମ୍ବା ଭୋଜିକୁ ନ ଯିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହି ମର୍ମରେ ହଷ୍ଟେଲର ମୁଖ୍ୟ ଅଧିକାରୀଙ୍କ ଦ୍ୱାରା ଜାରୀ କରାଯାଇଥିବା ଏକ ନୋଟିସ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବିନା ନିମନ୍ତ୍ରଣରେ କାହା ବାହାଘର କିମ୍ବା ଭୋଜିକୁ ଗଲେ କଡା ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ନୋଟିସରେ ଆହୁରି ମଧ୍ୟ କୁହାଯାଇଛି ଯେ, କିଛି ଛାତ୍ର ସହରରେ ହେଉଥିବା ବାହାଘର ଓ ଭୋଜିକୁ ବିନା ନିମନ୍ତ୍ରଣରେ ଯାଉଛନ୍ତି ଯାହା ଅନୈତିକ, ଅଵିଵେକୀ ଓ ଅବାଂଛିତ କାର୍ଯ୍ୟ ଅଟେ ତେଣୁ ଛାତ୍ରମାନେ ସେଭଳି କାର୍ଯ୍ୟକଳାପରୁ ଦୁରେଇ ରୁହନ୍ତୁ।

ଏହି ନୋଟିସ ମାର୍ଚ୍ଚ ୧୬ରେ ଜାରି କରାଯାଇଥିବା ବେଳେ ଏହାର ସତ୍ୟସତ୍ୟକୁ କିଛି ଛାତ୍ର ଗ୍ରହଣ ମଧ୍ୟ କରିଛନ୍ତି କିନ୍ତୁ ପ୍ରତିଷ୍ଠାନର ସୂଚନା ଅଧିକାରୀ ଏଭଳି ନୋଟିସ ବିଷୟରେ କିଛି ଜାଣି ନ ଥିବା କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories