www.samajalive.in
Tuesday, December 9, 2025
17.1 C
Bhubaneswar

ନିଷ୍ଟ୍‌‌ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ଗୋପାଳପୁର: ନିଷ୍ଟ୍‌‌ ବିଶ୍ୱବିଦ୍ୟାଳୟ ପରିସରରେ କମ୍ପ୍ୟୁଟର୍ ସାଇନ୍ସ ଏଣ୍ଡ ଇଞ୍ଜିନିୟରିଂ ବିଭାଗ ତରଫରୁ କାନାରା ବ୍ୟାଙ୍କ ପ୍ରାୟୋଜିତରେ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। “ସ୍ଥାୟୀ ବିକାଶ ନିମନ୍ତେ ପ୍ରଯୁକ୍ତିବିଦ୍ୟାର ସବୁଜ ଉପଯୋଗ” “ଆଈସିଟି୪ଜିଏସ-୨୦୨୪” ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରପ୍ରାପ୍ତ କୁଳପତି ଡ଼. ପି. ରାଜେଶ କୁମାର ସ୍ୱାଗତ ଭାଷଣ ଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ଭାବେ ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡ଼ ର ସିନିୟର ଜେନେରାଲ୍ ମ୍ୟାନେଜର ପି. କେ ପଟନାୟକ ଉପସ୍ଥିତ ଥିଲେ। ମାଲେସିଆ ସ୍ଥିତ ଲିଙ୍କନ୍ ୟୁନିଭରସିଟି ର ଉପ-କୁଳପତି ଡ ସନ୍ଦୀପ ପୋଦ୍ଦାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅନିଶା ମିଶ୍ର ଏବଂ ଆର ହିରନମୟୀ ପରିଚାଳନା କରିଥିଲେ। ଶେଷରେ ଭାରପ୍ରାପ୍ତ କୁଳସଚିବ ଡଃ ବିଷ୍ଣୁକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ମିଳନୀ ୨ଦିନ ଧରି ହାଇବ୍ରିଡ୍ ମୋଡ୍ ରେ ଚାଲିବ। ସମ୍ମିଳନୀରେ ୧୧୯ ଗବେଷଣା ମୂଳକ ପ୍ରବନ୍ଧ ଗୁଡିକ ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ୩୯ ଟି ବିଭିନ୍ନ ଗବେଷଣା ମୂଳକ ପତ୍ରିକାରେ ପ୍ରକାଶନ ପାଇଁ ଗ୍ରହଣ କରାଯାଇଥିଲା।

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories