www.samajalive.in
Tuesday, November 18, 2025
28.1 C
Bhubaneswar

ଆଜି ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ୍: ଅର୍ଥମନ୍ତ୍ରୀ ଭାବେ ରେକର୍ଡ ୭ମ ଥର ଉପସ୍ଥାପନ କରିବେ ସୀତାରମଣ

ନୂଆଦିଲ୍ଲୀ : ସୋମବାର ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆଜି ଦ୍ବିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏହା ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ‘ଏହା ଗର୍ବର ବିଷୟ ଯେ, ୬୦ ବର୍ଷ ପରେ କୌଣସି ସରକାର କ୍ରମାଗତ ତୃତୀୟଥର କ୍ଷମତାକୁ ଆସିବା ସହ ତୃତୀୟ ପାଳିର ପ୍ରଥମ ବଜେଟ ଉପସ୍ଥାପନ କରୁଛି।’ ସଂସଦ​ ଭବନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୂର୍ବାହ୍ଣ ୧୧ଟାରେ ସପ୍ତମ ବଜେଟ ଅଭିଭାଷଣ ପ୍ରଦାନ କରି ରେକର୍ଡ କରିବେ। ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଭାବେ ସୀତାରମଣ କ୍ରମାଗତ ସପ୍ତମଥର କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ ଦେଶରେ ଅର୍ଥମନ୍ତ୍ରୀଭାବେ ସର୍ବାଧିକ ଥର ବଜେଟ ଉପସ୍ଥାପନ କରିବାରେ ମୋରାରଜୀ ଦେଶାଇଙ୍କ ନାମରେ ରେକର୍ଡ ଥିଲା। ସେ କ୍ରମାଗତ ୬ଥର ସଂସଦରେ ବଜେଟ ଉପସ୍ଥାପନ କରିଥିଲେ। ଶ୍ରୀ ଦେଶାଇ କ୍ରମାଗତ ୫ଟି ପୂର୍ଣ୍ଣାଙ୍ଗ ବଜେଟ ଓ ଗୋଟିଏ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ। ୧୯୫୯ରୁ ୧୯୬୪ ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ସେ ମଧ୍ୟ ୧୯୭୭ ମାର୍ଚ୍ଚ ୨୪ରୁ ୧୯୭୯ ଜୁଲାଇ ୨୮ ପର୍ଯ୍ୟନ୍ତ ଭାରତର ଚତୁର୍ଥ ପ୍ରଧାନମନ୍ତ୍ରୀ ରହିଥିଲେ। ସୀତାରମଣଙ୍କ ପୂର୍ବରୁ ସ୍ବର୍ଗତ ଅରୁଣ ଜେଟ୍‌ଲୀ ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ କ୍ରମାଗତ ୫ଥର ବଜେଟ ଉପସ୍ଥାପନ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନ ପରେ ମୋଦୀଙ୍କ ଦ୍ବିତୀୟପାଳୀ ସରକାରରେ ସୀତାରମଣ ଅର୍ଥମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ପରେ ଦ୍ବିତୀୟ ମହିଳା ଭାବେ ସେ ବଜେଟ ଉପସ୍ଥାପନ କରିଥିଲେ। ୨୦୧୯ରେ ପାରମ୍ପରିକ ବଜେଟ ବ୍ରିଫ୍‌କେସ୍‌ ବଦଳାଇ ସୀତାରମଣ ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୫ଟି ପୂର୍ଣ୍ଣାଙ୍ଗ ବଜେଟ ଓ ଗୋଟିଏ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି। ସୀତାରମଣ ଏହା ପୂର୍ବରୁ ମନମୋହନ ସିଂହ, ଅରୁଣ ଜେଟ୍‌ଲି, ପି.ଚିଦମ୍ବରମ ଏବଂ ଯଶୱନ୍ତ ସିହ୍ନାଙ୍କ ୫ଥର ବଜେଟ ଉପସ୍ଥାପନ ରେକର୍ଡ ଅତିକ୍ରମ କରିସାରିଛନ୍ତି। ଫେବୃଆରୀ ୧ରେ ସୀତାରମଣ କ୍ରମାଗତ ୬ଥର ବଜେଟ ଉପସ୍ଥାପନ କରି ଶ୍ରୀ ଦେଶାଇଙ୍କ ସମକକ୍ଷ ହୋଇଥିଲେ। ଦ୍ବିତୀୟଥର ଅର୍ଥମନ୍ତ୍ରୀ ଦାୟିତ୍ବ ନେବା ପରେ ସୀତାରମଣ ଜୁଲାଇ ୨୩ରେ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।

Hot this week

ମାଓମୁକ୍ତ ଅଭିଯାନ : ଗୋଟିଏ ଦିନରେ ୨ ଏନକାଉଣ୍ଟର

ମାଲକାନଗିରି : କିଛିଦିନ ପୂର୍ବରୁ ଖୁବଶୀଘ୍ର ଦେଶ ମାଓବାଦୀ ମୁକ୍ତ ହେବ...

୩ଟା ମୁଖ୍ୟ ଖବର

ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୯ଟି ଟାସ୍କ...ଦୁର୍ନୀତି ହଟାଅ, ଅଧିକ ଫିଲ୍ଡ ଭିଜିଟ୍...

ମର୍ମନ୍ତୁଦ ଦୁର୍ଘଟଣା: ଯୁବକଙ୍କୁ ଚାପି ଦେଲା ଟ୍ରକ୍‌

ଭୁବନେଶ୍ଵର : ଚନ୍ଦକା କୁଜିମହଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିପରୀତ...

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଶାହଙ୍କ ସହ ଆଲୋଚନା

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଶପଥ ନେବା...

ସାଲିଆ ସାହିରେ ବୁଲଡୋଜର, ଭଙ୍ଗାଯିବ ୫୧୭ ଘର

ଭୁବନେଶ୍ବର: ଉଚ୍ଛେଦ ହେବ ସାଲିଆ ସାହି। ଏକାମ୍ର କାନନରୁ ଅନ୍ଧାରୁଆ ୧୩...

Related Articles

Popular Categories