www.samajalive.in
Saturday, December 6, 2025
26.1 C
Bhubaneswar

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଦାବିପତ୍ର

ଆଠଗଡ: ଆଠଗଡ ତହସିଲ ଅନ୍ତର୍ଗତ କୁମାରପୁର ପଞ୍ଚାୟତର ବଳିପୁର ମୌଜାର ଖାତା ସଂଖ୍ୟା ୬୧୬ ଓ ପ୍ଲଟ ସଂଖ୍ୟା ୧୨୬୧ କିସମ ଗୋଚର ଥିବା ସରକାରୀ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ବିଜେପି ନେତା ଅଭୟ କୁମାର ବାରିକ ଅଭିଯୋଗ କରିବା ସହ ସେଠାରୁ ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ଉକ୍ତ ଦାବିପତ୍ରରେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ଆଠଗଡ ବିଧାୟକଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ ଜବରଦଖଲ କରି ଏକ ବିଶାଳ କୋଠାଘର ନିର୍ମାଣ କରିଛନ୍ତି ବୋଲି ବିଜେପିି ନେତା ଶ୍ରୀ ବାରିକ ଅଭିଯୋଗ କରିଛନ୍ତି। ଏହି ଜବରଦଖଲ ଜାଗାରେ ନିର୍ମିତ କୋଠାଘରକୁ ବିଜେଡି ଦଳୀୟ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉଥିବା ଏବଂ ସେଥିରେ ଗୁଡାଏ ଗାଡିମଟର ଶ୍ରୀ ଆଚାର୍ଯ୍ୟ ରଖୁଥିବା ଅଭୟ ତହସିଲଦାରଙ୍କୁ ଅବଗତ କରାଇଥିଲେ। ରାଜ୍ୟର ବିଜେପି ସରକାର ବର୍ତ୍ତମାନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ତୁରନ୍ତ ସେଠାରୁ ଜବରଦଖଲ ଉଚ୍ଛେଦ କରି ନିର୍ମାଣ ହୋଇଥିବା କୋଠାକୁ ଭାଙ୍ଗିବା ସହ ସରକାର ଉକ୍ତ ଜମିକୁ ନିଜ ଅଧିନକୁ ଆଣିବା ପାଇଁ ଦାବି କରାଯାଇଛି। ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ ଦାବିପତ୍ର ଗ୍ରହଣ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ବାରିକ କହିଛନ୍ତି। ଉକ୍ତ ଦାବିପତ୍ରର ନକଲ ଉପଜିଲ୍ଲାପାଳ, କଟକ ଜିଲ୍ଲାପାଳ, ରାଜସ୍ୱ ସଚିବ ଓ ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories