www.samajalive.in
Sunday, December 7, 2025
26.1 C
Bhubaneswar

ଅଭିନନ୍ଦନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରେ ନିଜର ବୀରତ୍ୱ ପଦର୍ଶନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଅଭିନନ୍ଦନ ଶୁକ୍ରବାର ରାତିରେ ୱାଘା-ଅଟାରୀ ସୀମା ଦେଇ ଭାରତକୁ ଆସିଥିଲେ। ସୂଚନା ଅନୁସାରେ ଅଭିନନ୍ଦନଙ୍କୁ ବର୍ତ୍ତମାନ ନୂଆଦିଲ୍ଲୀ ସ୍ଥିତ ଏଏଫସିଏମଇରେ ଚିକିତ୍ସା କରାଯାଉଛି। ଚିକିତ୍ସା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅଭିନନ୍ଦନଙ୍କୁ ଭେଟିଛନ୍ତି। ସମଗ୍ର ଦେଶ ଆପଣଙ୍କ ବୀରତ୍ୱକୁ ସମ୍ମାନ କରୁଥିବା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଏହି କଥାବାର୍ତ୍ତା ସମୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ କିଭଳି ଭାବେ ପାକିସ୍ତାନରେ ୬୦ ଘଣ୍ଟା ସମୟର ବିତାଇ ଥିଲେ ତାହାର ସମସ୍ତ ସୂଚନା ଦେଇଛନ୍ତି। ଅଭିନନ୍ଦନ ଭାରତ ସୀମାରେ ପ୍ରବେଶ କରିବା ପରେ ତାଙ୍କ ବାମ ଆଖିରେ ଆଘାତ ଥିବା ଜଣାପଡିଥିଲା।
ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୭ ତାରିଖରେ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ମିଗ-୨୧ ଯୁଦ୍ଧ ବିମାନ ମାଧ୍ୟମରେ ପାକିସ୍ତାନ ଏଫ୍‍-୧୬ ଯୁଦ୍ଧ ବିମାନକୁ ଆକ୍ରମଣ କରିବା ପରେ ପାରାସୁଟ ଜରିଆରେ ପାକିସ୍ତାନରେ ଓହ୍ଲାଇଥିଲେ। ପରେ ତାଙ୍କୁ ପାକିସ୍ତାନ ସେନା ନିଜ ହେପାଜତରେ ରଖିଥିଲା।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories