www.samajalive.in
Sunday, December 7, 2025
23.1 C
Bhubaneswar

ନିର୍ଭୟା ମାମଲା: ୨ ଦୋଷୀଙ୍କ କ୍ୟୁରେଟିଭ୍‍ ପିଟିଶନ ଖାରଜ, ଫାଶୀ ଥୟ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମା ଓ ମୁକେଶ ପକ୍ଷରୁ ଆବେଦନ କରାଯାଇଥିବା କ୍ୟୁରେଟିଭ୍‍ ପିଟିଶନ୍‍କୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ମଙ୍ଗଳବାର ଜଷ୍ଟିସ୍‍ ଏନ୍‍.ଭି. ରମଣା, ଜଷ୍ଟିସ୍‍ ଅରୁଣା ମିଶ୍ରା, ଜଷ୍ଟିସ୍‍ ରୋହିନ୍‍ଟନ୍‍ ଫଲି ନରୀମନ, ଜଷ୍ଟିସ୍‍ ଆର. ଭାନୁମତି ଓ ଜଷ୍ଟିସ୍‍ ଅଶୋକ ଭୂଷଣଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଦୋଷୀଙ୍କ କ୍ୟୁରେଟିଭ୍‍ ପିଟିଶନ୍‍କୁ ଖାରଜ କରିଛନ୍ତି। ଭାରତୀୟ ଆଇନ ପ୍ରକ୍ରିୟାରେ କ୍ୟୁରେଟିଭ ଦଲିଲ ଜଣେ ଅଭିଯୁକ୍ତ ପାଇଁ ଶେଷ ଆଶ୍ରା। ଏବେ ଦୋଷୀଙ୍କ ପାଇଁ ଫାଶୀର ରାସ୍ତା ପରିଷ୍କାର ହୋଇଛି। ଆସନ୍ତା ୨୨ ତାରିଖ ସକାଳ ୭ଟାରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାକୁ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ସମସ୍ତ ୪ ଦୋଷୀଙ୍କ ରିଭ୍ୟୁ ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।

ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ଲୋମହର୍ଷଣକାରୀ ନିର୍ଭୟା ଗଣବଳାତ୍କାର ଘଟଣା ଘଟିଥିଲା। ଜଣେ ନାବାଳକ ସମେତ ୬ ଜଣ ଯୁବକ ଚଳନ୍ତା ବସରେ ନିର୍ଭୟାଙ୍କୁ ଗଣ ବଳାତ୍କାର କରିବା ପରେ ତଳକୁ ଫୋପାଡ଼ି ଦେଇଥିଲେ। ଡିସେମ୍ବର ୨୯ରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ରାମ ସିଂହ ନାମକ ଜଣେ ଯୁବକ ଜେଲରେ ଆତ୍ମହତ୍ୟା କରିଥିଲା। ଅନ୍ୟତମ ଅଭିଯୁକ୍ତ ନାବାଳକ ଥିବାରୁ ତାକୁ ସୁଧାର ଗୃହରେ ରଖାଯାଇଥିଲା ଓ ତିନି ବର୍ଷ ପରେ ମୁକ୍ତ କରାଯାଇଥିଲା। ଏବେ ୪ ଜଣ ଯୁବକ ପବନ ଗୁପ୍ତା, ବିନିୟ ଶର୍ମା, ଅକ୍ଷୟ ସିଂହ ଠାକୁର ଓ ମୁକେଶ ସିଂହ ଫାଶୀ ଦଣ୍ଡ ପାଇବାକୁ ଅଛନ୍ତି। ଏମାନେ ସମସ୍ତେ ତିହାର ଜେଲରେ ବନ୍ଦୀ ଭାବେ ରହିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories