ନ୍ୟୁୟର୍କରେ ନିରବ ମୋଦି, ପାସପୋର୍ଟ ରଦ୍ଦ ପରେ ବି ଅଟକିନି ଯାତ୍ରା

0

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଠକେଇର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବହାୟୀ ନିରବ ମୋଦି ପାସପୋର୍ଟ ରଦ୍ଦ ପରେ ବି ସହଜରେ ଗୋଟିଏ ରାଷ୍ଟ୍ରରୁ ଅନ୍ୟ ରାଷ୍ଟ୍ରକୁ ଯାତ୍ରା କରୁଥିବା ସୂଚନା ମିଳିଛି । ଫେବୃଆରୀ ମାସରେ ଭାରତ ସରକାର ନିରବ ମୋଦି ଓ ମେହୁଲ ଚୌକସୀଙ୍କ ପାସପୋର୍ଟ ରଦ୍ଦ କରିଥିଲେ । ସେହି ସମୟରେ ନିରବ ମୋଦି ହଂକଂରେ ଥିଲା । ତା ପରେ ସେଠାରୁ ସେ ଲଣ୍ଡନ ଚାଲିଯାଇଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏବେ ସେ ଲଣ୍ଡନରୁ ନ୍ୟୁୟର୍କ ଚାଲିଯାଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି । ଫଳରେ ନିରବଙ୍କୁ ଗିରଫ କରିବା ପାଇଁ ଭାରତ ସରକାରଙ୍କ ପଦକ୍ଷେପ ଫିକା ପଡିଯାଇଛି । ନିକଟରେ ଭାରତ ସରକାର ନିରବ ମୋଦିଙ୍କୁ ଧରିବା ପାଇଁ ହଂକଂ ସରକାରଙ୍କୁ ସାହାଯ୍ୟ ମାଗିଥିଲେ । ପ୍ରକାଶ ଯେ ଜାନୁଆରୀ ୧ରେ ନିରବ ମୋଦି ସପାରିବାରେ ଭାରତ ଛାଡ଼ି ଫେରାର ହୋଇଯାଇଥିଲା । ପ୍ରଥମେ ସେ ମୁମ୍ବଇରୁ ୟୁଏଇ ଯାଇଥିଲା । ସେଠାରୁ ସେ ହଂକଂ ଓ ପରେ ହଂକଂରୁ ଲଣ୍ଡନ ଚାଲିଯାଇଥିଲା । ମାର୍ଚ୍ଚ ୧୭ରେ ସେ ଲଣ୍ଡନରୁ ନ୍ୟୁୟର୍କ ଚାଲିଯାଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।

Leave A Reply