www.samajalive.in
Sunday, December 14, 2025
16.1 C
Bhubaneswar

ନିରଞ୍ଜନ ରଥ ଥିଲେ ପ୍ରଜ୍ଞାଦୀପ୍ତ ପ୍ରତିଭା

କଟକ/ଆଠଗଡ଼/ଗୁରୁଡିଝାଟିଆ : ବିଶିଷ୍ଟ ସମାଜସେବୀ, ସାରସ୍ୱତ ସାଧକ, ପ୍ରବୀଣ ସାମ୍ବାଦିକ, ‘ସମାଜ’ର ପୂର୍ବତନ ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକର, ଜିମସାରର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ସ୍ବର୍ଗତ ପଣ୍ଡିତ ନିରଞ୍ଜନ ରଥଙ୍କୁ ତାଙ୍କ ଦ୍ବାଦଶାହ ଅବସରରେ ଜନ୍ମମାଟି ଆଠଗଡରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ଆଠଗଡର ଚାନ୍ଦବାଲି ଛକ ନିକଟସ୍ଥ ହନୁମାନ ମନ୍ଦିର ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଲୋକସେବକ ମଣ୍ଡଳର କୋଷାଧକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ପୌରୋହିତ୍ୟ କରି ପଣ୍ଡିତ ନିରଞ୍ଜନ ରଥଙ୍କ ଭଳି ଜଣେ ବିଦ୍ବାନ ଏବଂ ସମାଜସେବା ପ୍ରତି ଉତ୍ସଗୀକୃତ ବ୍ୟକ୍ତିଙ୍କୁ ହରାଇବା ଦ୍ବାରା ଓଡିଶାର ଅପୂରଣୀୟ କ୍ଷତି ଘଟିଥିବା ମତବ୍ୟକ୍ତ କରିଥିଲେ।
ସମାଜସେବୀ ରାମନାରାୟଣ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ଭୀମସେନ ଯାଦବ ଓ ନୈନାବେନ୍‌ ଭେକାରିଆ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, କିଟ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ସାହିତ୍ୟିକ ବିଜୟାନନ୍ଦ ସିଂହ, ଇଂ ବ୍ରହ୍ମାନନ୍ଦ ମିଶ୍ର, ପ୍ରାଣକୃଷ୍ଣ ଦାଶ, କବିତା ମଞ୍ଜରୀ ପରିଡା, ବିଜେପି ନେତା ସର୍ଜନ ଶର୍ମା, ମହିଳା କମିସନର ପ୍ରାକ୍ତନ ଅଧ୍ୟକ୍ଷା ମୀନତୀ ବେହେରା,ସମାଜର ପୂର୍ବତନ ସମ୍ପାଦକ କାନନ ବିହାରୀ ଦାଶ, ସ୍ବର୍ଗତ ରଥଙ୍କ ଭଣଜା ଅଧ୍ୟାପକ ଆଶୁତୋଷ ମହାପାତ୍ର, ଇଂ ରବିନ୍ଦ୍ର ନାରାୟଣ ମହାପାତ୍ର, ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ, ସମାଜସେବୀ ସ୍ବସ୍ଥୀ ସୁନ୍ଦର, ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ ଓ ରଶ୍ମିରେଖା ଦାସ ପ୍ରମୁଖ ସ୍ବର୍ଗତ ରଥଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ସ୍ମରଣିକା ‘ନିର୍ବିକଳ୍ପ ନିରଞ୍ଜନ’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜର ସମ୍ପାଦକ ତପନ କୁମାର ମିଶ୍ର, କାର୍ଯ୍ୟକାରୀ ବାର୍ତ୍ତା ସମ୍ପାଦକ ଅନୁପମ ପ୍ରହରାଜ ଓ କାଳୀପ୍ରସନ୍ନ ଶତପଥୀ, ପୂର୍ବତନ ସମ୍ପାଦକ ଡ. ସତ୍ୟ ରାୟ ଏବଂ ସୁଶାନ୍ତ କୁମାର ମହାନ୍ତି, କଟକ ମେୟର ସୁବାସ ସିଂହ, ସାମ୍ବାଦିକ ଅରବିନ୍ଦ ରାଉତରାୟ, ସମାଜସେବୀ ସୌରଭ ସାହୁ, ଡ. ଶଙ୍କର ମାଝି, ଡ. ରମେଶ ଚନ୍ଦ୍ର ପ୍ରଧାନ, ହରିକୃଷ୍ଣ କୋଠିଆ, ପ୍ରମୋଦ କୁମାର ଜେନା, ତୁଳସୀରାମ ଜଗତ, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ପୂର୍ବତନ ବିଧାୟକ ରମେଶ ରାଉତ, ବିଜେଡି ନେତା ପ୍ରଫୁଲ୍ଲ ସିଂହ, ମହମ୍ମଦ ସକିଲ, ସୁଜିତ୍ ଦାସ, କାଦୁଆଶ୍ରମ ସମ୍ପାଦକ ପ୍ରମୋଦ କୁମାର ମହାନ୍ତି, ତ୍ରିଲୋଚନ ପ୍ରଧାନ, ଅରୁଣ କୁମାର ମିଶ୍ର, ହେମନ୍ତ କୁମାର ସ୍ବାଇଁ, ବିଜେପି ନେତା ବ୍ରଜେନ୍ଦ୍ର ରାୟ, କୃଷକ ନେତା ସଚ୍ଚି ମହାପାତ୍ର, ହରପ୍ରସାଦ ମିଶ୍ର, ଶିଳ୍ପଦ୍ୟୋଗୀ ଇଂ ସୁବ୍ରତ ଦାସ, ଆଠଗଡ଼ ବୁଦ୍ଧିଜୀବୀ ସଂଘ, ସାହିତ୍ୟ ସମାଜ, ଆଠଗଡ ସାମ୍ବାଦିକ ସଂଘ, ଗଡଯାତ ପରିକ୍ରମା, ଧବଳେଶ୍ବର ସେବା ସଂସ୍ଥା ଭଳି ସଙ୍ଗଠନର କର୍ମକର୍ତ୍ତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ଆଠଗଡ଼ର ଶହଶହ ଜନସାଧାରଣ ସ୍ବର୍ଗତ ଶ୍ରୀ ରଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories