www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ସମାଜ ଡିଜିଟାଲ ଡେସ୍କ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ପରମ୍ପରା ଅନୁସାରେ ଅଭିମାନିନୀ ମହାଲକ୍ଷ୍ମୀ ଆଜି ନନ୍ଦିଘୋଷ ରଥ ଭାଙ୍ଗିବେ । ସନ୍ଧ୍ୟାରେ ଆଳତୀ ଶେଷ ପରେ ବିମାନରେ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ସେଠାରେ ଥିବା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବେ । ଏହାପରେ ପତି ସେବାୟତ ମାନେ ବନ୍ଦାପନା କରିବା ପରେ ମା ଲକ୍ଷ୍ମୀ ରଥ ଭାଙ୍ଗିବେ । ସେପଟେ ଜନ୍ମବେଦୀରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳା । ମହାପ୍ରଭୁଙ୍କ ଆଡପ ଦର୍ଶନ କରି ଉତ୍ସାହିତ ହୋଇଛନ୍ତି ଶ୍ରଦ୍ଧାଳୁ । ଲମ୍ବା ବ୍ୟାରିକେଡରେ ଭକ୍ତମାନେ ଆସି ଶ୍ରଜୀଉଙ୍କ ଦର୍ଶନ କରୁଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories