ନିରାମୟ ଉପଦେଷ୍ଟାଙ୍କ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ
ଚୌଦ୍ୱାର : ରାଜ୍ୟ ନିରାମୟ ଉପଦେଷ୍ଟା ରଞ୍ଜନ କୁମାର ବିଶ୍ୱାଳ ଚୌଦ୍ୱାରସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଏହାର ସ୍ୱାସ୍ଥ୍ୟସେବାର କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଶ୍ରୀ ବିଶ୍ୱାଳ ସ୍ୱାସ୍ଥ୍ୟ କେନ୍ଦ୍ରର ଥିବା ନିରାମୟ ଔଷଧ କେନ୍ଦ୍ର ବୁଲି ଦେଖିବା ସହିତ ଚିକିତ୍ସାଳୟ ମୁଖ୍ୟ ଡା. ରବିନ୍ଦ୍ର କୁମାର ମହାପାତ୍ରଙ୍କ ସହିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ସମସ୍ୟା ଉପରେ ଆଲୋଚନା କରିବା ସହିତ କେନ୍ଦ୍ରକୁ ଆସୁଥିବା ରୋଗୀମାନେ ଠିକ ଭାବେ ଚିକିତ୍ସା ଓ ଔଷଧ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ରୋଗୀଙ୍କ ସଂଖ୍ୟାବୃଦ୍ଧି ଦୃଷ୍ଟିରୁ ଆଉ ଜଣେ ଡାକ୍ତରଙ୍କ ଆବଶ୍ୟକତା ଥିବା ଏବଂ ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ। ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସୁବ୍ରତ ସାମଲ, ଯୁବ ସଂଗଠକ ଅର୍ଜୁନ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Comments are closed.