www.samajalive.in
Monday, December 15, 2025
16.1 C
Bhubaneswar

ନିପା ଆଶଙ୍କାରେ କଟକ, ସତର୍କ ରହିବାକୁ ପରାମର୍ଶ

କଟକ: ଦକ୍ଷିଣ ଭାରତରେ ଦେଖାଦେଇଥିବା ନୂତନ ଭୂତାଣୁ ‘ନିପା’ କଟକକୁ ବ୍ୟାପିବା ଆଶଙ୍କା ଦେଖାଦେଇଛି। ବାଦୁଡ଼ି ଖଣ୍ଡିଆ ଫଳ ଖାଇବା ତଥା ଘୁଷୁରିଙ୍କ ସଂସ୍ପର୍ଶରେ ଆସିବା ଯୋଗୁଁ ‘ନିପା’ ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରିଥାଏ। କଟକର ମାତାମଠ, ସତୀଚଉରା, ଖାନନଗର, ବାରପଥର ଓ ମର୍କତନଗର ଅଞ୍ଚଳରେ ଘୁଷୁରି ପଲ ଏବଂ ସହରର ଅଧିକାଂଶ ପାର୍କ ତଥା ଉଦ୍ୟାନରେ ବାଦୁଡ଼ିଙ୍କୁ ଦେଖିବାକୁ ମିଳୁଥିବାରୁ ଏଠାରେ ଲୋକମାନେ ନିପା ଆଶଙ୍କାରେ ଆତଙ୍କିତ ହୋଇଥିବା ଦେଖାଯାଇଛି। ସଂକ୍ରମିତ ମଣିଷ କିମ୍ବା ପଶୁ ପକ୍ଷୀଙ୍କ ନିମନ୍ତେ କୌଣସି ପ୍ରତିଷେଧକ ଟିକା ଏଯାବତ୍‍ ବାହାରି ନାହିଁ। ତେଣୁ ଖାଦ୍ୟ ସଚେତନତା ଓ ପରିଷ୍କାର ପରିଚ୍ଛନ୍ନତା ଦ୍ୱାରା ଏହି ଭୂତାଣକୁ ରୋକାଯିବା ସମ୍ଭବ ବୋଲି ଡାକ୍ତରମାନେ ମତ ଦିଅନ୍ତି। ଏହି ଭୂତାଣୁର ଶିକାର ହୋଇଥିବା ବ୍ୟକ୍ତିଙ୍କ ମୁଣ୍ଡ ବିନ୍ଧିବା, ୧୫ ଦିନ ଧରି ଜ୍ୱର ଲାଗି ରହିବା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା, ସ୍ମରଣ ଶକ୍ତି ହ୍ରାସ ପାଇବା, ନିଦ ନ ହେବା, ମାନସିକ ଅବସାଦ ଓ ବିଳିବିଳେଇ ହେବା ଏହି ରୋଗର ଲକ୍ଷଣ।
ତାଳ ଓ ଖଜୁରି ରସ କିମ୍ବା ଖଜୁରି କୋଳି ଖାଇବା ଉଚିତ୍‍ ନୁର୍ହେ। ଗୃହପାଳିତ ପଶୁ ବିଶେଷକରି ଘୁଷୁରି ପଲଙ୍କଠାରୁ ଦୂରେଇ ରହିବା ଆବଶ୍ୟକ। କୌଣସି ଜିନିଷ ଖାଇବା ପୂର୍ବରୁ ସାବୁନ୍‍ ଅଥବା ‘ହ୍ୟାଣ୍ଡ୍‍ ୱାଶ୍‍’ରେ ହାତ ଧୋଇନେବା ଆବଶ୍ୟକ। ଏହି ଭୂତାଣୁ ଜଣକ ନିକଟରୁ ଅନ୍ୟ ଜଣକୁ ବ୍ୟାପି ଥାଏ। ତେଣୁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଆବଶ୍ୟକ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories