www.samajalive.in
Sunday, December 14, 2025
19.1 C
Bhubaneswar

ପଶ୍ଚିମ ଉତ୍ତପ୍ତ; ଉପକୂଳ ଆଶ୍ବସ୍ତ

ଦ୍ଭୁବନେଶ୍ୱର: ଉପକୂଳ ଓ ଏହାର ଆଖପାଖ ଜିଲାଗୁଡ଼ିକରେ କାଳବୈଶାଖୀ ଲାଗି ରହିଥିବାବେଳେ ପଶ୍ଚିମରେ ତାତି ଅବ୍ୟାହତ ଅଛି। ଗୁରୁବାର ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ତାଳଚେରରେ ୪୦.୧, ଭବାନୀପାଟଣାରେ ୪୦.୦, ବଲାଙ୍ଗୀରରେ ୪୦.୮, ଟିଟିଲାଗଡ଼ରେ ୪୦.୫ ଓ ସୋନପୁରରେ ୪୦.୬ ଡିଗ୍ରୀ ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଭୀଷଣ ବର୍ଷା ହୋଇଛି। ଖୋର୍ଦ୍ଧାର ବାଲିପାଟଣା ଅଞ୍ଚଳରେ ସର୍ବାଧିକ ୮ ସେମି ବର୍ଷା ହୋଇଛି। ଭୁବନେଶ୍ୱର ଓ କଣ୍ଟାପଡ଼ାରେ ୭ ସେମି, ତିର୍ତ୍ତୋଲରେ ୫ ସେମି ବର୍ଷା ହୋଇଛି। ନିମାପଡ଼ା, ରଘୁନାଥପୁର ଓ ବାଲିକୁଦାରେ ୩ ସେମି ଲେଖାଏଁ ବର୍ଷା ହୋଇଥିବାବେଳେ ଆଳିପିଙ୍ଗଳ, ନିଆଳି, ଭୁବନ, ମାହାଙ୍ଗା, ଯାଜପୁର, ବିଂଝାରପୁର, ଚଣ୍ଡିଖୋଲ ଓ ଆଖୁଆପଦାରେ ୧ ସେମିରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କନ୍ଧମାଳ ଓ ଗଜପତିରେ କାଳବୈଶାଖୀ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୨୫ ତାରିଖ ପରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ମେ’ ୨୮ରୁ ୨୯ ମଧ୍ୟରେ ରାଜ୍ୟର ୨୧ଟି ଜିଲାକୁ କାଳବୈଶାଖୀ ଆଶଙ୍କା ରହିଛି। କାଳବୈଶାଖୀ ସମୟରେ ୫୦-୬୦ କିମି ବେଗରେ ପବନ ବହିବ। କାଳବୈଶାଖୀ ପ୍ରଭାବରେ ଉପକୂଳରେ ପବନର ବେଗ ଅଧିକ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories