www.samajalive.in
Tuesday, December 9, 2025
15.1 C
Bhubaneswar

ବନ୍ୟା ବିପନ୍ନଙ୍କୁ ସାହାୟତାର ହାତ ବଢାଇଲା ଯୁବ ବିକଶା ପରିଷଦ

ନିମାପଡ଼ା: ବନ୍ୟାରେ ପ୍ରଭାବିତ ହୋଇଥିବା ପୁରୀ ଜିଲା ବାମନାଳ ପଞ୍ଚାୟତରେ ନିମାପଡାର ସାମାଜିକ ସଙ୍ଗଠନ ଯୁବ ବିକାଶା ପରିଷଦ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଛନ୍ତି। ଉକ୍ତ ସଙ୍ଗଠନ ପକ୍ଷରୁ ଭୂତୁପଦା ଗ୍ରାମର ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଏବଂ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ଗ୍ରାମର ୧୦୦ଟି ପରିବାର ପାଇଁ ଚୁଡା, ମିକ୍ସର , ବିସ୍କୁଟ, ମଶା ଧୂପ, ଶୁଦ୍ଧ ପାନୀୟ ଜଳ ଆଦି ପ୍ରଦାନ କରାଯାଇଛି। ରିଲିଫ ସାମଗ୍ରୀ ପ୍ରଦାନ ସମୟରେ କୋଭିଡ ଗାଇଡଲାଇନ ପାଳନ କରାଯାଇଛ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମାନନ୍ଦ ସାହୁ, ଚନ୍ଦ୍ରକାନ୍ତ ବରାଳ, ବିଜୟ କୁମାର ଦାସ, ଅରିଜିତ ପ୍ରଧାନ, ଅଜିତ କୁମାର ସାହୁ, ଜ୍ୟୋତି ରଞ୍ଜନ ନାୟକ, ପ୍ରଦ୍ୟୁମ୍ନ ଯାଦବ, ଆଦର୍ଶ ଦାଶ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଆଗାମୀ ଦିନରେ ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଗ୍ରାମକୁ ଯାଇ ରିଲିଫ ସାମଗ୍ରୀ ପ୍ରଦାନ କରାଯିବ ବୋଲି ଯୁବ ବିକାଶ ପରିଷଦର ସଭାପତି ନିରଞ୍ଜନ ସାହୁ କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories