ଜନଜାତି କୃତୀ ଛାତ୍ରୀଙ୍କୁ ୧୦ହଜାର ଟଙ୍କା ପୁରସ୍କାର
ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ଅନୁସୂଚିତ ଜନଜାତି ବର୍ଗର ପିଲାଙ୍କ ଭିତରୁ ତରତରୀସ୍ଥିତ ବାଳିକା ବିଦ୍ୟା ନିକେତନର ଛାତ୍ରୀ ଜ୍ୟୋତିପ୍ରିୟା ମାଝୀ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବଧିକ ୫୩୩ନମ୍ବର ରଖି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଅବସରରେ ସମ୍ପୃକ୍ତା ଛାତ୍ରୀଙ୍କ ଶିକ୍ଷା ପ୍ରତି ଉତ୍ସାହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ନୀଳଗିରି ୟୁକୋ ବ୍ୟାଙ୍କ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।
ମାଙ୍କଡ଼ କରୁଛି ବାଇକ୍ ରେସିଂ; ଦେଖନ୍ତୁ ଏହି ମଜାଦାର ଭିଡିଓ
ବିଶେଷକରି ଏହି ଆଇଟିଡିଏ ବ୍ଲକରେ ଅନୁସୂଚିତ ଜନଜାତି ବର୍ଗର ପିଲାଙ୍କ ଭିତରେ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇ ସେମାନଙ୍କୁ ଶିକ୍ଷିତ କରାଇବା ଲକ୍ଷ୍ୟରେ ୟୁକୋ ବ୍ୟାଙ୍କ ଏଭଳି ସହାୟତା କରିଛି ବୋଲି ଶାଖା ପରିଚାଳକ ଆକାଶ ମହାନ୍ତି କହିଛନ୍ତି । ନୀଳଗିରି ଉପଜିଲାପାଳ ତଥା ଭାରପ୍ରାପ୍ତ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଦୀପ୍ତିରଞ୍ଜନ ସେଠୀ ସମ୍ପୃକ୍ତା ଛାତ୍ରୀଙ୍କୁ ଉକ୍ତ ରାଶି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡବ୍ଲ୍ୟୁଇଓ ଶୈଳେନ୍ଦ୍ର ଶତପଥୀ, ତରତରୀ ବାଳିକା ବିଦ୍ୟା ନିକେତନର ପ୍ରଧାନ ଶିକ୍ଷକ ବିକାଶ ରଞ୍ଜନ ଜେନା ସହାୟତା ରାଶି ପ୍ରଦାନ ସମୟରେ ଉପସ୍ଥିତ ରହି ସହଯୋଗ କରିଥିଲେ ।
Comments are closed.