ପୁଣି ବାଲ୍ୟବିବାହ; ବାହାଘରର ୪ଦିନ ପରେ ନାବାଳିକାଙ୍କୁ ଉଠାଇନେଲା ଚାଇଲ୍ଡ ଲାଇନ

ନୀଳଗିରି: ପ୍ରେମୀଯୁଗଳ ଘର ଛାଡ଼ି ପଳାଇବା ପରେ ଉଭୟ ପରିବାରରୁ ସ୍ୱୀକୃତି ପାଇ ବିବାହ କରିଥିଲେ । ମାତ୍ର ୪ଦିନ ହେବ ଶାଶୁଘରେ ସୁଖର ସଂସାର ଗଢ଼ୁଥିବା ଜଣେ ୧୪ବର୍ଷୀୟା ନାବାଳିକାର ବାଲ୍ୟ ବିବାହ କରାଯାଇଥିବା ଅଭିଯୋଗ କରି ଚାଇଲ୍ଡ ଲାଇନ ସଂସ୍ଥା ସମ୍ପୃକ୍ତା ନାବାଳିକାକୁ ଉଠାଇ ନେଇଯିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

ବାଲେଶ୍ୱର ଜିଲା ନୀଳଗିରି ସହର ଅଧୀନ ଗୁଡ଼ିଖାଣିଆ ଅଞ୍ଚଳର ଜଣେ ୨୧ବର୍ଷୀୟ ଯୁବକ ସେହି ଗାଁର ଜଣେ ନାବାଳିକାକୁ ଭଲ ପାଉଥିଲେ । ପରିବାର ସେମାନଙ୍କୁ ବିବାହ କରିବାରେ ସ୍ୱୀକୃତି ନଦେବା ହେତୁ ସେମାନେ ଘର ଛାଡ଼ି ପଳାଇ ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଉଭୟ ପରିବାର ମଧ୍ୟରେ ବୁଝାମଣା ହୋଇ ସେମାନେ ଗାଁରେ ପହଞ୍ଚିବା ପରେ ସେମାନଙ୍କ ବିବାହ କରାଯାଇଥିଲା । ତେବେ ଏହା ଏକ ବାଲ୍ୟ ବିବାହ ଏବଂ ଆଇନ ସମ୍ମତ ନୁହେଁ ବୋଲି ଅଭିଯୋଗ କରି ଶୁକ୍ରବାର ଚାଇଲ୍ଡ ଲାଇନ ସଂସ୍ଥାର ପଞ୍ଚାନନ ତ୍ରିପାଠୀ, ତପସ୍ୱିନୀ ରାଉତ ଓ ନୀଳଗିରି ଆଇସିଡିଏସ ପରିଦର୍ଶିକା ପ୍ରମୁଖ ନାବାଳିକାର ଶାଶୁଘରେ ପହଞ୍ଚିଥିଲେ ।

prayash

ବଡ଼ ଠାକୁରଙ୍କୁ ଅପମାନ; ଦେଖନ୍ତୁ ଭିଡିଓ

ପରିବାର ପକ୍ଷରୁ ବୟସ ପ୍ରମାଣପତ୍ର ଯୋଗାଡ଼ କରି ନପାରିବାରୁ ଚାଇଲ୍ଡ ଲାଇନ ସଂସ୍ଥାର କର୍ମଚାରୀ ମାନେ ସମ୍ପୃକ୍ତା ନାବାଳିକା ବୋଧୂଙ୍କୁ ନେଇ ଯାଇଥିଲେ । ପରେ ତାଙ୍କୁ ବାଲେଶ୍ୱର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି । ସେପଟେ ବିବାହର ମାତ୍ର ୪ଦିନ ପରେ ସ୍ତ୍ରୀଠାରୁ ବିଚ୍ଛେଦ ହେବା ପରେ ତାଙ୍କ ସ୍ୱାମୀ ଏବେ ଚିନ୍ତାରେ ରହିଥିବା ଦେଖିବାକୁ ମିଳିଛି ।

kalyan agarbati

Comments are closed.