www.samajalive.in
Monday, December 15, 2025
17.1 C
Bhubaneswar

ଯୁବପିଢ଼ି ହାତରେ ହାତ ମିଶାଇଲେ ସମାଜର ଉନ୍ନତି ସାଧନ ହୋଇପାରିବ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କେସି ହାଇସ୍କୁଲ ପଡ଼ିଆରେ ଯୁବ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଗୁରୁବାର ସନ୍ଧ୍ୟାରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟଅତିଥିଭାବେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଯୋଗଦେଇ ଯୁବପିଢ଼ି ହାତରେ ହାତ ମିଶାଇଲେ ସମାଜର ଉନ୍ନତି ସାଧନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ବିଶେଷକରି ଅଞ୍ଚଳର ପ୍ରତିଭାଙ୍କୁ ପ୍ରସ୍ଫୁଟିତ କରିବା ଏହି ଯୁବ ମହୋତ୍ସବର ମୁଖ୍ୟ ଉଦେଶ୍ୟ ରହିଥିବା କୁହାଯାଇଛି। ଏହି ଅବସରରେ କେସି ହାଇସ୍କୁଲ ପଡ଼ିଆ ରଙ୍ଗବେରଙ୍ଗରେ ସଜାଇ ହୋଇ ପଡ଼ିଥିବା ବେଳେ ମଞ୍ଚରେ ଯୁବ ଉଦ୍ୟୋଗପତି ବନୋଜ ବିଶ୍ୱାଳ, ବଉଳଗଡ଼ିଆର ଆର୍ନ୍ତଜାତୀୟ ପଥର ଶିଳ୍ପୀ ଶଙ୍କର୍ଷଣ ସେଠୀ, କୁଳିଗଡ଼ି ଅଞ୍ଚଳର ପଥରଶିଳ୍ପୀ ଭଗବାନ ବାରିକ, ଟେରାକୋଟା ଶିଳ୍ପୀ ରମେଶ ମୁଦୁଲି, ପରିବେଶବିତ ମନୋରଞ୍ଜନ ଦାସଙ୍କୁ ସମ୍ମାନିତ କରାଯାଇଛି। ଆୟୋଜିତ ସାଂସ୍କୃତିକ କାର୍ୟ୍ୟକ୍ରମ ରେ ମେଲୋଡି କୁଇନ ଅସୀମା ପଣ୍ଡାଙ୍କ ଗୀତରେ ଦର୍ଶକ ଝୁମି ଯାଇଥିବା ଦେଖିବାକୁ ମିଳିଛି। କାର୍ୟ୍ୟକ୍ରମରେ ତାପସ ପରିଡ଼ା, ସବ୍ୟସାଚୀ ମହାପାତ୍ର, ଧିରେନ୍ଦ୍ର ଲେଙ୍କା, ରଶ୍ମିରଞ୍ଜନ ରାଉତ, ବିସ୍ମୟ ମଲିକ, କରୁଣା ସ୍ୱାଇଁ, ମନୋରଞ୍ଜନ ଦାସବାବୁ, ବିଶ୍ୱରଞ୍ଜନ ମହାନ୍ତି, ଜଟିଆ ସିଂ, ନଟୁ ସରକାରଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ତେବେ ଦ୍ୱିତୀୟ ସନ୍ଧ୍ୟା ଅର୍ଥାତ ଶୁକ୍ରବାର ଆୟୋଜିତ କାର୍ୟ୍ୟକ୍ରମରେ ବଲିଉଡ଼ କଣ୍ଠଶିଳ୍ପୀ ବିନୋଦ ରାଠୋର ଏଠାରେ ଆସିବା କାର୍ୟ୍ୟକ୍ରମ ରହିଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories