www.samajalive.in
Sunday, December 14, 2025
23.1 C
Bhubaneswar

ପାଠପଢ଼ାରେ ଧ୍ୟାନ ଦେବାକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଜିଲାପାଳଙ୍କ ଆହ୍ବାନ

ବଲାଙ୍ଗିର:କିଛି ବର୍ଷ ତଳେ ବଲାଙ୍ଗିର-ପାଟଣାଗଡ ରାସ୍ତାରେ ଗନ୍ଧରେଲ ପାହାଡ ପାଦ ଦେଶରେ ବଲାଙ୍ଗିର ସରକାରୀ ଭୀମ ଭୋଇ ମେଡିକାଲ କଲେଜ ଶୁଭାରମ୍ଭ ହୋଇଥିଲା। ଜିଲା ମୁଖ୍ୟ ଡାକ୍ତରଖାନାକୁ ଭୀମ ଭୋଇ ଡାକ୍ତରଖାନା ଭାବେ ବ୍ୟବହାର କରାଯାଉଛି। ଉଭୟ କଲେଜ ଓ ଡାକ୍ତରଖାନା ଗୋଟିଏ ସ୍ଥାନରେ ରହିବାର ନିୟମ ଅଛି। କିନ୍ତୁ ଏଠି ଉଭୟ ପରିସର ଅଲଗା ଅଲଗା। ମେଡିକାଲ କଲେଜ ପରିସର ବେଶ ଶାନ୍ତ ଅଞ୍ଚଳ। ସହରର କୋଳାହଳଠାରୁ ଢେର ଦୂରରେ। ଏଠାରେ କିଛି ଘଟଣା କି ଅଘଟଣ ଘଟିଲେ ସହଜରେ ସାମ୍ନାକୁ ଆସେ ନାହିଁ। କିନ୍ତୁ ଗତ ବର୍ଷେ ମଧ୍ୟରେ ୨ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ମେଡିକାଲ କଲେଜକୁ ବିବାଦୀୟ କରିଛି। ବିଶେଷ କରି ରାଜ୍ୟ ବାହାରର ଛାତ୍ର ଆତ୍ମହତ୍ୟା କରିବା ଓ ରାଗିଂ କାରଣରୁ ଛାତ୍ର ମୃତ୍ୟୁକୁ ନେଇ କଲେଜ କର୍ତୃପକ୍ଷ ନିନ୍ଦିତ ହୋଇଛନ୍ତି। ଏଭଳି ସ୍ଥିତିରେ କଲେଜର ଚେହେରାଙ୍କୁ ସୁଧାରିବା ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ଓ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଆଗକୁ ଆସିଛନ୍ତି।
ଗୁରୁବାର ଭୀମ ଭୋଇ ମେଡିକାଲ କଲେଜର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ଡା.ସବିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ କଲେଜ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲାପାଳ ଶ୍ରୀ ରାଣା ଛାତ୍ରଛାତ୍ରୀଙ୍କୁ ପାଠ ପଢା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଭବିଷ୍ୟତରେ ଜୀବନ ରକ୍ଷାକାରୀ ଡାକ୍ତର ହେବାକୁ ଯାଉଥିବା ଛାତ୍ରଛାତ୍ରୀ ଆତ୍ମହତ୍ୟା କଲେ ସମାଜକୁ କ’ଣ ବାର୍ତ୍ତା ଯିବ ବୋଲି ଜିଲାପାଳ କହିଛନ୍ତି। ତେଣୁ ମାନସିକ ଭାବେ ଦୃଢ ହୋଇ, କୌଣସି ସମସ୍ୟା ଉପୁଜିଲେ ଚୁପ୍ ନରହି କଲେଜ କର୍ତୃପକ୍ଷଙ୍କୁ ଜଣାଇବାକୁ ଛାତ୍ରଛାତ୍ରୀଙ୍କୁ ସେ ଆହ୍ୱାନ ଦେଇଛନ୍ତି। ସେହିପରି ଆତ୍ମହତ୍ୟା ଓ ଅସାମାଜିକ କାର୍ଯ୍ୟରୁ ନିଜକୁ ନିବୃତ ରଖିବା। ଯେଭଳି ପାଠ୍ୟକ୍ରମରେ କୌଣସି ବ୍ୟତିକ୍ରମ କିମ୍ବା ପ୍ରତିବନ୍ଧକ ନହୁଏ ସେନେଇ ଏସପି ନୀତିନ କୁଶଲକର ଆଲୋଚନା କରିଛନ୍ତି। ଆଇନଗତ ଦିଗ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଛନ୍ତି। କଲେଜ ଅଧ୍ୟକ୍ଷା ଡା.ମହାପାତ୍ର ଜିଲାପାଳ ଓ ଏସପିଙ୍କୁ ସ୍ୱାଗତ କରିବା ସହ ଉପାଦେୟ ପରାମର୍ଶ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories