www.samajalive.in
Sunday, December 14, 2025
23.1 C
Bhubaneswar

ଡାକ୍ତରଙ୍କ ଘରୁ ଚୋରି, ନୀଳଗିରିରୁ ଚୋରକୁ ଗିରଫ କଲା ହରିୟାଣା କ୍ରାଇମବ୍ରାଞ୍ଚ ପୁଲିସ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳର ଜଣେ ଯୁବକ ଚାକର ସାଜି ହରିୟାଣାର ଜଣେ ଡାକ୍ତରଙ୍କ ଘରୁ ୨୭ଲକ୍ଷ ଟଙ୍କାର ସୁନାଗହଣା ଚୋରି କରିବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି। ଈଶ୍ୱରପୁର ନିକଟସ୍ଥ ଭୀମେଇ ଗାଁର କାଶିନାଥ ମଲିକ (୨୫) ନାମକ ଜଣେ ଯୁବକ ହରିୟାଣା ଯାଇ ଗୁରୁଗାଓଁ ଅଞ୍ଚଳର ଡାକ୍ତର ଶିବାଂଶୁରାଜ ଗୋୟେଲଙ୍କ ଘରେ ପହଞ୍ଚିଥିଲା। ସେ ତାଙ୍କ ଘରେ ଚାକର ସାଜି ବାସିକାମ କରୁଥିଲା। କିଛିଦିନ ଡାକ୍ତରଙ୍କ ଘରେ ରହି ବିଶ୍ୱାସଭାଜନ ହୋଇଥିବା ଯୋଗୁ ଗତ ମାର୍ଚ୍ଚ ମାସରେ ଡାକ୍ତରଙ୍କ ପରିବାର ଗ୍ରୀଷ୍ମକାଳୀନ ଛୁଟି କଟାଇବାକୁ ସିକିମ ଯାଇ ତାଙ୍କୁ ଘର ଦାୟିତ୍ୱ ଦେଇଥିଲେ। କିନ୍ତୁ ଡାକ୍ତରଙ୍କ ସରଳତାର ସୁଯୋଗରେ ଏହି ଚାକର ଜଣକ ଆଲମାରିରେ ଥିବା ପ୍ରାୟ ୨୭ଲକ୍ଷରୁ ଊଦ୍ଧ୍ୱର୍ ସୁନା ଓ ହୀରା ଗହଣା ସବୁ ଲୁଟି ମୋବାଇଲ ବନ୍ଦ କରି ଫେରାର ହୋଇ ଯାଇଥିଲା।

ପରିବାର ଲୋକେ ଗ୍ରୀଷ୍ମଛୁଟି କଟାଇ ମାର୍ଚ୍ଚ ୩୦ତାରିଖରେ ପହଞ୍ଚି ଏସବୁ ଦେଖିବା ପରେ ସ୍ଥାନୀୟ ପୁଲିସକୁ ଅବଗତ କରାଇଥିଲେ। ଏହି ମାମଲାକୁ ହରିୟାଣା କ୍ରାଇମବ୍ରାଞ୍ଚ ତଦନ୍ତ କରି ପାଞ୍ଚଜଣିଆ ଟିମ କିଛିଦିନ ହେବ ନୀଳଗିରି ଅଞ୍ଚଳରେ ଡେରା ପକାଇ ଶନିବାର ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ତେବେ ଚୋରି କରିଥିବା ଗହଣା ବିକ୍ରି କରି ଏହି ଯୁବକ ନୂତନ ଗୃହ ବନାଇ ଦେଇଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ପୁଲିସ ଏହି ଅଭିଯୁକ୍ତକୁ ହରିୟାଣା ନେଇ ଯାଇଥିବା ସୂଚନା ମିଳିଛି।

Hot this week

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

Related Articles

Popular Categories