ନୀଳଗିରି: ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ଔପଦା ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ବୋଲେରୋରେ ବୋଝେଇ ହୋଇ ଚାଲାଣ ହେଉଥିବା ହଜାରେ ଲିଟର ଦେଶୀମଦ ଜବତ କରାଯାଇଛି। ନୀଳଗିରି ଅବକାରୀ ଅଧିକାରିଣୀ ଜୟନ୍ତୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଏହି ଚଢ଼ଉ କରିଥିଲା। ମୟୂରଭଞ୍ଜ ଜିଲାରୁ ଏହି ମଦ ଚୋରା ଚାଲାଣ କରାଯାଉଥିବା ସମ୍ପର୍କରେ ଅବକାରୀ ବିଭାଗ ଖବର ପାଇବା ପରେ ଏହି ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବାଲେଶ୍ୱର ସଦର ଥାନା ଇସାଣି ଅଞ୍ଚଳର ଅକ୍ଷୟ ବେହେରା ଓରଫ ବଳିଆ (୩୨) ଫେରାର ହୋଇ ଯାଇଥିବା ବେଳେ ଯାଜପୁର ଜିଲା ସୁକିନ୍ଦା ଥାନା ଅଧୀନ ବିରମଳା ଅଞ୍ଚଳର ମାନସ ମଲିକ (୨୧)ଙ୍କୁ ଗିରଫ କରାଯାଇଛି। ଚଢ଼ଉରେ ପ୍ରହ୍ଲାଦ ବିଶ୍ୱାଳ,ଦେବାଶିଷ ମଲିକ, ପିଙ୍କି ମାରାଣ୍ଡି ପ୍ରମୁଖ ସାମିଲ ଥିଲେ।
Popular Categories



