ଜନନୀ ଏକ୍ସପ୍ରେସ ଓ ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ, ଟ୍ରଲିରେ ପ୍ରସବ କଲେ ଗର୍ଭବତୀ

ନୀଳଗିରି: ରାଜ୍ୟ ସରକାର ଗର୍ଭବତୀ ଓ ଶିଶୁଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।  ହେଲେ ୧୦୮ ଆମ୍ବୁଲାନ୍ସ କି ଜନନୀ ଏକ୍ସପ୍ରେସ  ଠିକଣା ସମୟରେ ଅପହଞ୍ଚ ହେବାରୁ ଜଣେ ମହିଳା ଟ୍ରଲିରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଅଧୀନ ନୀଳଗିରି ସହରରେ।

prayash

ସୂଚନା ମୁତାବକ ନୀଳଗିରି ବ୍ଲକ ଅଧୀନ ସଜନାଗଡ ପଞ୍ଚାୟତ ଡାହିସାହି ଗ୍ରାମର ହେମନ୍ତ କୁଅଁରର ସ୍ତ୍ରୀ ରଞ୍ଜିତା ଦଶ ମାସର ଗର୍ଭବତୀ ଥିଲେ। ରାକ୍ଷୀ ବାନ୍ଧିବା ପାଇଁ ନିଜ ବାପ ଘର ନୀଳଗିରି ଏନଏସି ୮ ନମ୍ବର ୱାର୍ଡର ରାଣୀକୋଠୀକୁ ଆସିଥିଲେ। ଆଜି ରାତି ପ୍ରାୟ ୮ଟାରେ ପ୍ରସବ ଯନ୍ତ୍ରଣା ହେବାରୁ ଜନନୀ ଏକ୍ସପ୍ରେସ ଓ ୧୦୮ ଆମ୍ବୁଲାନ୍ସକୁ ଯୋଗଯୋଗ କରାଯାଇଥିଲା। ହେଲେ ଘଣ୍ଟେ ବିଳମ୍ବ ହେବାରୁ ପରିବାର ଲୋକ ଏକ ଟ୍ରଲିରେ ଗର୍ଭବତୀଙ୍କୁ ମେଡିକାଲ ଆଣୁଥିଲେ। ଅଧାବାଟରେ ଉକ୍ତ ଟ୍ରଲି ଉପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।  ମା ଓ ଛୁଆଙ୍କୁ ନୀଳଗିରି ମେଡିକାଲକୁ ଆଣିବା ପରେ ଉଭୟଙ୍କ ଚିକିତ୍ସା ଜାରି ରହିଛି।

Comments are closed.