www.samajalive.in
Sunday, December 7, 2025
26.1 C
Bhubaneswar

ସଂଗରୋଧ କେନ୍ଦ୍ରରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ମାମଲା : ଦିଲ୍ଲୀ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ତେଲିପାଳ ଆଶ୍ରମସ୍ଥିତ କୋଭିଡ-୧୯ ସଂଗରୋଧ କେନ୍ଦ୍ରରେ ଜଣେ ବ୍ୟାଙ୍କିଂ ସେକ୍ଟର ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯିବା ଘଟଣାରେ ସେ ନ୍ୟାୟ ପାଇଁ ଦିଲ୍ଲୀ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ବରହମପୁର ଥାନା ଅଧୀନ ଗୋହିରା ଅଞ୍ଚଳର ଜଣେ ଯୁବତୀ କୋଲକାତାସ୍ଥିତ ଏକ ବ୍ୟାଙ୍କରେ ଚାକିରି କରୁଥିଲେ। ସେଠାକାର ପରିସ୍ଥିତି ଭୟାବହ ହେବାରୁ ସେ ପଳାଇଆସି ତେଲିପାଳ ଆଶ୍ରମ ସଂଗରୋଧ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଉକ୍ତ କେନ୍ଦ୍ରରେ ଗତ ମେ ମାସ ୨୬ତାରିଖ ସକାଳେ ଗୋହିରା ଗାଁର ରତ୍ନାକର ଜେନା ନାମକ ଜଣେ ଯୁବକ ଗାଧୁଆ ଘରେ ପଶି ସପୃକ୍ତା ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଏନେଇ ଉକ୍ତ କେନ୍ଦ୍ରରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ଉତ୍ତ୍ୟକ୍ତ ପ୍ରବାସୀ ଓଡ଼ିଆମାନେ ଅଭିଯୁକ୍ତଙ୍କୁ ନିସ୍ତୁକ ଛେଚି ଏକ ଗଛରେ ବାନ୍ଧି ଦେଇଥିଲେ। ଯୁବତୀ ଜଣକ ଏନେଇ ଇଂରାଜୀରେ ଏକ ଏତଲା ଲେଖି ବରହମପୁର ପୁଲିସକୁ ଦେଇଥିଲେ ହେଁ ପୁଲିସ ତଞ୍ଚକତା କରି ତଥା ବିଭିନ୍ନ ଆଳ ଦେଖାଇ ଏତଲାକୁ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି। ଏତଲା କପିମୂଳେ ୩୫୪, ୩୫୪(ବି) କିମ୍ବା ୩୭୬ଦଫା ଲଗାଇବାରେ ଯଥେଷ୍ଟ ଯୁକ୍ତି ରହିଥିଲେ ହେଁ ପୁଲିସ ପକ୍ଷରୁ ୩୫୪ (ଏ) ଦଫା ଲଗାଇ ଦିଆଯାଇ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିଲା। କୋହଳ ଦଫା ଯୋଗୁ ମାନ୍ୟବର କୋର୍ଟ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସଙ୍ଗେ ସଙ୍ଗେ ଜାମିନରେ ଛାଡ଼ି ଦେଇଥିଲେ। ଏପରିକି ଉକ୍ତ ସଂଗରୋଧ କେନ୍ଦ୍ରରେ ନିୟୋଜିତ ସିକ୍ୟୁରିଟି ଗାର୍ଡ଼ ପ୍ରତାପ ବାରିକଙ୍କୁ ମଧ୍ୟ ଅଭିଯୁକ୍ତ ତାଲିକାରୁ ବାଦ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କ ପ୍ରତି ପୁଲିସର କୋହଳ ମନୋଭାବ ପ୍ରଦର୍ଶନ ବିରୋଧରେ ତଥା ନ୍ୟାୟ ପାଇଁ ପୀଡ଼ିତା ଜଣକ ମଙ୍ଗଳବାର ଦିଲ୍ଲୀ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତ ଏବଂ ବରହମପୁର ପୁଲିସର କେଳେଙ୍କାରୀ ସମ୍ବନ୍ଧରେ ବିସ୍ତୃତ ଘଟଣା ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ପୁଲିସ ଡିଜିପି, ବାଲେଶ୍ୱର ଆଇଜି, ଜିଲାପାଳ, ଏସପି ପ୍ରମୁଖଙ୍କୁ ମଧ୍ୟ ପତ୍ର ଯୋଗେ ଅବଗତ କରିଥିବା ଜଣାପଡ଼ିଛି।

ଜଣେ ଯୁବତୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଚକ୍ରାନ୍ତ କରି ବରହମପୁର ପୁଲିସ ଏତଲା ବଦଳାଇ ଯେଉଁଭଳି କାରନାମା କରିଛି ଏବଂ କଠୋର ଦଫା ପରିବର୍ତ୍ତେ କୋହଳ ଦଫା ଲଗାଇ ପୁଲିସ ଯେଉଁଭଳି ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇଛି, ତାହା ଆଦୌଂ କ୍ଷମଣୀୟ ନୁହଁ ବୋଲି ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ କହିଛନ୍ତି। ତୁରନ୍ତ ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ନମିଳିଲେ ଆଗାମୀ ୭ଦିନ ଭିତରେ ପୀଡ଼ିତା ଏବଂ ତାଙ୍କ ପରିବାର ଡିଜିପି ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଶ୍ରୀ ଷଡ଼ଙ୍ଗୀ ଚେତାବନୀ ଦେଇଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories