www.samajalive.in
Sunday, December 7, 2025
14.1 C
Bhubaneswar

ଅଭିନବ ଢଙ୍ଗରେ ଚଢ଼ାଉ କରି ଚର୍ଚ୍ଚାରେ ନୀଳଗିରି ତହସିଲଦାର

ନୀଳଗିରି: ବାଲି ମାଫିଆ ଓ ତହସିଲଦାରଙ୍କ ମଧ୍ୟରେ ଚାଲିଥିଲା ଚୋର ପୁଲିସ ଖେଳ। ମାଫିଆଙ୍କ ପ୍ରାଦୁର୍ଭାବ ଏତେ ବଢ଼ି ଯାଇଥିଲା ଯେ, ବାଲେଶ୍ୱର ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ମାଫିଆଙ୍କୁ ପାନେ ଦେବା ଉଦେଶ୍ୟରେ ନୀଳଗିରି ତହସିଲଦାରଙ୍କ ଅଭିନବ ଚଢ଼ଉ ଘଟଣା ସମ୍ପ୍ରତି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ବାଲେଶ୍ୱର ଜିଲା ଅଧୀନ ନୀଳଗିରି ତହସିଲ ଅନ୍ତର୍ଗତ କାଠପାଳ ଓ ପୁନ୍ଦାଳ ଅଞ୍ଚଳରେ ବାଲିମାଫିଆ ଦୈନନ୍ଦିନ ଚୋରାରେ ବାଲି ଉତ୍ତୋଳନ କରୁଥିଲେ। ଏନେଇ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ଘଟୁଥିଲା। ତହସିଲଦାରଙ୍କ ଗାଡ଼ି ବାହାରିବା କ୍ଷଣି ନୀଳଗିରି ସହରଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ ରହିଥିବା ମାଫିଆଙ୍କ ଗୁପ୍ତଚର ଏକପ୍ରକାର ସକ୍ରିୟ ରହିଥିଲେ; ଯାହା ଫଳରେ କୌଣସି ସମୟରେ ସେମାନଙ୍କ ଗାଡ଼ି ଜବତ କରିବା ସମ୍ଭବ ହେଉନଥିଲା। ନୀଳଗିରି ତହସିଲଦାର ଅଶେଷ ନାୟକ ନିଜ ଟିମ ସହ ରବିବାର ବିଳମ୍ବିତ ରାତିରେ ମୁହଁରେ ମାସ୍କ ଗୁଡ଼ାଇ ଏକ ବାଇକରେ ନୀଳଗିରି ସହର ପାର ହୋଇ ଜଙ୍ଗଲ ଭିତରେ ଏକ ପ୍ରାଇଭେଟ କାର ପରବର୍ତ୍ତନ କରି ସଜନାଗଡ଼ ରାସ୍ତାରେ କାଠପାଳ ପହଞ୍ଚିଥିଲେ। ତହସିଲଦାରଙ୍କ ଚଢ଼ଉ ଦେଖି ମାଫିଆ ଗୋଷ୍ଠୀ ଛାନିଆ ହୋଇ ପଡ଼ିଥିଲେ। ଘଟଣାସ୍ଥଳରୁ ୨ଟି ଟ୍ରକ, ଗୋଟିଲ ଲୋଡ଼ର, ୩ଟି ଟ୍ରାକ୍ଟର ଏବଂ ୪ଟି ବାଇକ ଜବତ କରାଯାଇଥିବା ବେଳେ ୧୨ରୁ ଊର୍ଦ୍ଧ୍ବ ଟ୍ରାକ୍ଟର ଖସି ପଳାଇଥିଲା। ପୂର୍ବଯୋଜନା ମୁତାବକ ଖବରପାଇ ନୀଳଗିରି ଥାନା ସବଇନ୍ସପେକ୍ଟର ଗଣେଶ ଚନ୍ଦ୍ର ତ୍ରିପାଠୀ ମଧ୍ୟ ପୁଲିସ ଫୋର୍ସ ସହ ସେଠାରେ ପହଞ୍ଚି ଜବତ ହୋଇଥିବା ଗାଡ଼ିଗୁଡ଼ିକୁ ନୀଳଗିରି ଥାନାକୁ ଆଣିଛନ୍ତି। ଅଭିଯୁକ୍ତମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ କରାଯିବ ଏବଂ ଏହି ଚଢ଼ଉ ଜାରି ରହିବ ବୋଲି ତହସିଲଦାର ଶ୍ରୀ ନାୟକ ଜଣାଇଛନ୍ତି। ତେବେ ତହସିଲଦାରଙ୍କ ଏତାଦୃଶ୍ୟ ଅଭିନବ ଚଢ଼ଉ ଦେଖି ମାଫିଆ ଗୋଷ୍ଠୀ ନିଷ୍କ୍ରିୟ ହୋଇ ଉଠିଥିବା ବେଳେ ତାଙ୍କ ଚଢ଼ଉରେ ଅଞ୍ଚଳବାସୀ ବେଶ ଖୁସି ରହିଥିବା ଚର୍ଚ୍ଚା ହେଉଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories