ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

0

ନଅ ଦିନର ଯାତ୍ରା ଶେଷ କରି ଚତୁର୍ଦ୍ଧା ମୁର୍ତ୍ତି ଆଜି ନୀଳାଦ୍ରି ବିଜେ କରିବେ। ଗତ ୧୪ତାରିଖ ଆଷାଢ ଶୁକ୍ଲ ଦ୍ବିତୀୟା ତିଥିରେ ଭାଇ ଓ ଭଉଣୀଙ୍କୁ ସାଥିରେ ଧରି ଜନ୍ମବେଦୀକୁ ଯାତ୍ରା କରିଥିଲେ ମହାପ୍ରଭୁ। ଦଶମୀ ଦିନ ବାହୁଡା ଯାତ୍ରା ପରେ ଆଜି ରଥ ଉପରୁ ଶ୍ରୀମନ୍ଦିର ରତ୍ନସିଂହାସନକୁ ପହଣ୍ଡିରେ ବିଜେ କରିବେ ଦାରୁବ୍ରହ୍ମ। ସନ୍ଧ୍ୟାରେ ପହଣ୍ଡି ଶେଷ କରି ଘଣ୍ଟ, ଘଣ୍ଟା, କାହାଳି ଓ ମୃଦଙ୍ଗର ତାଳରେ ତାଳ ମିଶାଇ ନୀଳକନ୍ଦରକୁ ଯିବେ ନୀଳାଦ୍ରିନାଥ। ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରାଇବେ । ଋକ୍ମିଣୀ ବିବାହ ସମୟର ଗଇଁଠାଳ ଫିଟାଯିବ । ପରମ୍ପରା ଅନୁଯାୟୀ ବିଭିନ୍ନ ମଠ ଏବଂ ସେବକ ନିଯୋଗ ପକ୍ଷରୁ ପ୍ରଭୁଙ୍କୁ ପଂକ୍ତିଭୋଗ କରାଯିବ। ଗୁରୁବାରଠାରୁ ଶ୍ରୀମନ୍ଦିରରେ ଅନ୍ନମହାପ୍ରସାଦ ଉପଲବ୍ଧ ହେବ।

Leave A Reply