www.samajalive.in
Tuesday, December 9, 2025
17.1 C
Bhubaneswar

ପୂର୍ବତନ ଟିଡିସିସି ଅଧ୍ୟକ୍ଷ ନିଳାଦ୍ରୀ ଜାନିଙ୍କ ପରଲୋକ

ଫୁଲବାଣୀ: ବର୍ଷିୟାନ ରାଜନେତା ତଥା ଟିଡିସିସିର ପୂର୍ବତନ ଅଧ୍ୟକ୍ଷ ଶତାୟୁ ନିଳାଦ୍ରୀ ଜାନିଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ବୟସ ହୋଇଥିଲା। ଆଜି ଭୋର ୫ଟା ବେଳେ ତାଙ୍କର ନିଜ ଗ୍ରାମ ଖଜୁରିପଡା ବ୍ଲକ ଦଳପଡା ବାସଭବନରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୪ ପୁଅ, ୩ କନ୍ୟା, ବୋହୂ, ଜ୍ୱାଇଁ ଓ ନାତି ନାତୁଣି ଉପସ୍ଥିତ ଥିଲେ। ନିଳାଦ୍ରୀଙ୍କ ଶେଷ ଦର୍ଶନ କରିବାକୁ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ସାଧାରଣ ସମ୍ପାଦକ ଭଗବାନ ମହାନ୍ତି, ବିଜେପି ଜାତୀୟ କାର୍ଯ୍ୟକାରୀ ସଦସ୍ୟ ତଥା ବରିଷ୍ଠ ନେତା କମଳାକାନ୍ତ ପାଣ୍ଡେ, ପୂର୍ବତନ ଖଜୁରିପଡ଼ା ବ୍ଳକ ସଭାପତି ଅନନ୍ତ ଦିଗାଲ, ସରପଞ୍ଚ ରଞ୍ଜନ କହଁରଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ତଥା ଜିଲ୍ଲା ବାହାରୁ ଅନେକ ନେତା ଓ କର୍ମୀ ତାଙ୍କ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମରେ ତାଙ୍କର ଅନ୍ତିମ ସତ୍କାର ହୋଇଥିଲା। ସ୍ୱର୍ଗତ ଜାନି ତାଙ୍କ ରାଜନୈତିକ ଜୀବନ ସରପଞ୍ଚରୁ ଆରମ୍ଭ କରିଥିଲେ। ବହୁବାର ସରପଞ୍ଚ ହୋଇ ପଂଚାୟରେ ବହୁ ଉନ୍ନତିମୁଳକ କାର୍ଯ୍ୟ କରିଥିଲେ। ସେ ବିଜେପି ଦଳ ଗଠନ ଆରମ୍ଭରୁ ଦଳରେ ସାମିଲ ହୋଇଥିବା ବେଳେ ସେ ଦଳରହ ଅବିଭକ୍ତ ଫୁଲବାଣୀ ଜିଲ୍ଲାର ସଭାପତି ଭାବେ ଦୁଇ ଥର ଦାୟିତ୍ୱରେ ଥିଲେ। ଏଥି ସହ ୨୦୦୪ରେ ସେ ରାଜ୍ୟ ଟିଡିସିସିର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ କର୍ମଚଞ୍ଚଳ ଥିଲେ। ତାଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି, ରାଜ୍ୟ ପ୍ରବକ୍ତା ତଥା ଜିଲ୍ଲା ପ୍ରଭାରୀ ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରମୁଖ ଟୁଇଟ୍‍ କରି ଶୋକ ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories