www.samajalive.in
Monday, December 15, 2025
15.1 C
Bhubaneswar

ନୀଳଚକ୍ର ମରାମତି ସମ୍ପର୍କରେ ଜଣାଇବାକୁ ନିର୍ଦେଶ

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାରେ ମଙ୍ଗଳବାର ଜଗମୋହନ ସମେତ ନାଟମଣ୍ଡପ ସ୍ଥିତି ସମ୍ପର୍କରେ ଏଏସଆଇ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି। ତେବେ ଜଗମୋହନ କାମ ସମାପ୍ତ ହୋଇଥିବାବେଳେ ନାଟମଣ୍ଡପ ସମେତ ଅନ୍ୟାନ୍ୟ ମନ୍ଦିର ସ୍ଥିତି ସଂପର୍କରେ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ନାଟମଣ୍ଡପ ବିମରେ ଫାଟଥିବାବେଳେ ସେଠାରେ ଅସ୍ଥାୟୀ ଭାବେ ସପୋର୍ଟ ଦିଆଯାଇଥିବା ଏଏସଆଇ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଛି। ଗରୁଡ଼ ସ୍ତମ୍ଭ ପାର୍ଶ୍ବ ନାଟମଣ୍ଡପରେ ଫାଟ ରହିଥିବାବେଳେ ନୀଳଚକ୍ରରେ ଥିବା ୧୨ଟି ଅଖ ମଧ୍ୟରୁ ୮ଟି ଅଖ ନଷ୍ଟ ହୋଇଥିବା ବିଶେଷଜ୍ଞ ଦଳଙ୍କ ଅନୁଧ୍ୟାନ ସମୟରେ ଜଣାପଡିଥିଲା। ଏହାର ମରାମତି ନିହାତି ଆବଶ୍ୟକ ବୋଲି ସତ୍ୟପାଠରେ ଦର୍ଶାଯାଇଛି। କୋର୍ଟଙ୍କ ପୂର୍ବ ନିର୍ଦେଶ ଅନୁସାରେ ବିଶେଷଜ୍ଞ ଦଳ ଓ ଏଏସଆଇର ଆଭ୍ୟନ୍ତରୀଣ କମିଟି ନାଟ ମଣ୍ଡପ ଓ ଅନ୍ୟାନ୍ୟ ମନ୍ଦିର ସ୍ଥିତି ବୁଲି ଦେଖିବା ପରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିବା ଏଏସଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି। ନାଟମଣ୍ଡପ କାମ ପାଇଁ ଜାଗାର ଆବଶ୍ୟକତା ରହିଛି। ତେଣୁ ସେଠାକୁ କୌଣସି ଭକ୍ତଙ୍କୁ ନ ଛାଡିବା ପାଇଁ ହେଲେ ଜଗମୋହନ ଦେଇ ଭକ୍ତଙ୍କୁ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରିବା ଏଏସଆଇ ପକ୍ଷରୁ ମନ୍ଦିର ପ୍ରଶାସନକୁ ଏକ ଚିଠି ଲେଖାଯାଇଥିଲା। ତେବେ ଜଗମୋହନ କେବେ ଖୋଲା କରିବ ଓ କେତେ ସଂଖ୍ୟାରେ ଭକ୍ତ ଭିତରକୁ ଯାଇପାରିବେ; ସେ ସଂପର୍କରେ ଆସନ୍ତା ୧୩ତାରିଖ ମଧ୍ୟରେ ଜଣାଇବା ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୧୩ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବାବେଳେ ସମସ୍ତ କାମର ଅଗ୍ରଗତି ସମ୍ପର୍କରେ ସତ୍ୟପାଠ ଦେବାକୁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନୀଳଚକ୍ର ମରାମତି କେବେ ସରିବ ଓ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଜଣାଇବା ପାଇଁ ରାଜ୍ୟ ସରକାରଙ୍କ ଜେନେରାଲ ଇଲେକ୍ଟ୍ରିକାଲ ବିଭାଗ(ଜିଇଡି) ଓ ଏଏସଆଇକୁ ସତ୍ୟପାଠ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆବଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର, ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଓ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories