www.samajalive.in
Monday, December 15, 2025
26.1 C
Bhubaneswar

କରୋନା ପ୍ରତିଷେଧକ ଟିକା : ଏନଆଇଆଇ ଆଶାର କିରଣ

ନୂଆଦିଲ୍ଲୀ : ସାରା ବିଶ୍ବରେ ଆତଙ୍କର ଅନ୍ୟ ନାମ ପାଲଟିଥିବା କରୋନା ଭୂତାଣୁର ନିରାକରଣ ପାଇଁ ଆଶାର କିରଣ ଦେଖାଦେଇଛି। କରୋନା ପ୍ରତିଷେଧକ ଟିକା ଭାରତୀୟ ବୈଜ୍ଞାନିକମାନେ ଏ ନେଇ ଆପ୍ରାଣ ପ୍ରଚେଷ୍ଟା ଚଳାଇଛନ୍ତି। ଦେଶର ପ୍ରସିଦ୍ଧ ଗବେଷଣା ପ୍ରତିଷ୍ଠାନ ନେସନାଲ ଇଷ୍ଟିଚ୍ୟୁଟ ଅଫ ଇମ୍ୟୁନୋଲୋଜି(ଏନଆଇଆଇ) ପକ୍ଷରୁ ଏନେଇ ଗବେଷଣା ଜାରି ରହିଛି। ଅନେକ ଜୀବନରକ୍ଷକ ଟିକା ବିକଶିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଏହି ପ୍ରତିଷ୍ଠାନର ୧୦ ଜଣିଆ ଡାକ୍ତରୀ ଦଳ ଦିନରାତି ଏକ କରି ଗବେଷଣା ଚଳାଇଛନ୍ତି। ଏନଆଇଆଇର ନିର୍ଦ୍ଦେଶକ ଡାକ୍ତର ଅମୂଲ୍ୟ କେ ପଣ୍ଡା କହିଛନ୍ତି, ଏହା ଆମ ପାଇଁ ଏକ ବଡ଼ ଆହ୍ବାନ, ତଥାପି ଆମେ ଏହି ମହାମାରୀ ଭୂତାଣୁର ଟିକା ବିକଶିତ କରିବା ପାଇଁ କାମ ଆରମ୍ଭ କରିଦେଇଛୁ।

ହୁଏତ ଖୁବ୍ ଶୀଘ୍ର ଭଲ ଖବର ମିଳିପାରେ, ତେଣୁ ଆମେ ଆଶାବାଦୀ ହୋଇ କାର୍ଯ୍ୟ କରୁଛୁ ବୋଲି ଡାକ୍ତର ପଣ୍ଡା କହିଛନ୍ତି।

- Advertisement -

ଅନ୍ୟପକ୍ଷରେ ଏହି ଭୂତାଣୁକୁ ନେଇ ପ୍ରଥମ ଥର ଲାଗି ଭାରତୀୟ ବୈଜ୍ଞାନିକମାନଙ୍କୁ ଏକ ସଫଳତା ମିଳିଛି। ସେମାନେ ଏହି ମହାମାରୀ ଭୂତାଣୁର ଆକୃତି ତଥା ରୂପକୁ ଚିହ୍ନଟ କରିବା ସହିତ ତାହାର ଫଟୋ ପ୍ରକାଶ କରିଛନ୍ତି। ମାଇକ୍ରୋସ୍କୋପ ଜରିଆରେ ବୈଜ୍ଞାନିକମାନେ ଏହି ଭୂତାଣୁର ଆକୃତିକୁ ଚିହ୍ନଟ କରିଛନ୍ତି। ବୈଜ୍ଞାନିକମାନେ ଯେଉଁ ଫଟୋ ଜାରି କରିଛନ୍ତି ସେଥିରେ ଭୂତାଣୁର ଆକୃତି ଏକ ବିନ୍ଦୁଠାରୁ ବି ଅନେକ ଗୁଣରେ ଛୋଟ ଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତ ଜାନୁୟାରୀ ୩୦ରେ ଭାତରରେ ଆକ୍ରାନ୍ତ ହୋଇଥିବା ପ୍ରଥମ ରୋଗୀଙ୍କ ଗଳାରୁ ଏହି ଭୂତାଣୁର ନମୁନା ସଂଗ୍ରହ କରାଯାଇଥିଲା। ସେହି ନମୁନାର ପରୀକ୍ଷା କରିବା ପରେ ବୈଜ୍ଞାନିକମାନେ ଭୂତାଣୁର ଆକୃତିକୁ ଚିହ୍ନଟ କରିଛନ୍ତି। ଏହା ପରେ ମାଇକ୍ରୋସ୍କୋପ ଜରିଆରେ ଭୂତାଣୁର ଫଟୋ ଉତ୍ତୋଳନ କରାଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories