www.samajalive.in
Saturday, December 6, 2025
15.1 C
Bhubaneswar

କରୋନାଠୁ ଭୟଙ୍କର ହେଲା ଗୁଜବ; ମିଥାନଲ ପିଇ ୩୦୦ ମୃତ

ତେହେରାନ: ସାରା ବିଶ୍ଵରେ କରୋନା ଭୂତାଣୁର ଭୟ ବଢ଼ିବାରେ ଲାଗିଛି। ଏହା ସହିତ ଗୁଜବ ବି ଅଧିକ ମାତ୍ରାରେ ପ୍ରଚାରିତ ହେଉଛି। ପରିସ୍ଥିତି ଏପରି ହେଲାଣି କରୋନା ଭୂତାଣୁଠାରୁ ଏହାକୁ ନେଇ ପ୍ରଚାର କରାଯାଉଥିବା ଗୁଜବ ଅଧିକ ଭୟଙ୍କର ହୋଇଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଇରାନରେ। ଇରାନରେ ଏବେ କରୋନା ଭୂତାଣୁ ଏହାର ଆତଙ୍କ ଜାରି ରଖିଛି। ଏଠାରେ ୨୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୩୨ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହା ମଧ୍ୟରେ ଏକ ଗୁଜବ ୩୦୦ ଲୋକଙ୍କ ଜୀବନ ନେଇଯାଇଛି। ଆହୁରି ୧ ହଜାରରୁ ଅଧିକ ଲୋକ ଗୁଜବର ଶିକାର ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି।

ଡେଲି ମେଲ୍‌ ରିପୋର୍ଟ ଅନୁସାରେ, ଇସଲାମିକ ରିପବ୍ଲିକାନ ଅଫ ଇରାନରେ ମିଥାନଲ ପିଇ ୩୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହା ସହିତ ୧ ହଜାରରୁ ଅଧିକ ରୋଗାକ୍ରାନ୍ତ ହୋଇଛନ୍ତି। ଏହା ପରେ ଦେଶରେ ମିଥାନଲ ବିକ୍ରି ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି।

- Advertisement -

ସୂଚନା ଅନୁସାରେ, ଗତ କିଛି ଦିନ ହେବ ଇରାନରେ ଏକ ଗୁଜବ ପ୍ରଚାରିତ ହୋଇଥିଲା। ମିଥାନଲ ସେବନ କଲେ କରୋନା ଭୂତାଣୁକୁ ନିପାତ କରାଯାଇପାରିବ ବୋଲି ଗୁଜବ ହୋଇଥିଲା। ଏହା ପରେ ସେଠାକାର ଲୋକମାନେ ମିଥାନଲ ପିଇବା ଆରମ୍ଭ କରିଦେଇଥିଲେ। ମିଥାନଲ ଏକ ବିଷାକ୍ତ ନିଶାଦ୍ରବ୍ୟ ହୋଇଥିବାରୁ ଏହାଦ୍ବାରା ଲୋକଙ୍କ ମୃତ୍ୟୁ ଘଟୁଛି। ବର୍ତ୍ତମାନ ସୁଦ୍ଧା ୩୦୦ ଜଣ ପ୍ରାଣ ହରାଇ ସାରିଲେଣି। ଏପରି କି ଇରାନର ସୋସିଆଲ ମିଡିଆରେ ବାରମ୍ବାର ଗୁଜବ ପ୍ରଚାର ଜାରି ରହିଛି। କରୋନା ଭୂତାଣୁର ଚିକିତ୍ସା ପାଇଁ ଆଲକୋହଲ ପିଇବା ଜରୁରୀ ବୋଲି ମିଥ୍ୟା ପ୍ରଚାର କରାଯାଉଛି। ଫଳରେ ଲୋକମାନେ ଆଲକୋହଲ ସେବନ କରୁଛନ୍ତି। ଇରାନରେ ମଦ ଉପରେ ପ୍ରତିବନ୍ଧକ ଲଗାଯାଇଛି। କିନ୍ତୁ କେତେକ ଅଣ ମୁସଲିମ ଧାର୍ମିକ ସଂଖ୍ୟାଲଘୁଙ୍କ ପାଇଁ ଏହି କଟକଣା ଛାଡ଼ କରାଯାଇଛି, ଯାହା ଦ୍ବାରା ନିଶାଦ୍ରବ୍ୟର ପ୍ରସାର ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories