www.samajalive.in
Monday, December 15, 2025
17.1 C
Bhubaneswar

୨୧କୁ ଛୁଇଁବ ୨୦ର ନାଇଟ କର୍ଫ୍ୟୁ, ରାଉରକେଲାରେ ସତର୍କ କଲା ପୁଲିସ

ସାରନଗରୀ: ଆଜି ପୁରୁଣା ବର୍ଷର ଶେଷ ଦିନରେ ନାଇଟ କର୍ଫ୍ୟୁ ନୂତନ ବର୍ଷର ସକାଳକୁ ସ୍ପର୍ଶ କରିବ। ନାଇଟ କର୍ଫ୍ୟୁ ସମ୍ବନ୍ଧରେ ଜନସାଧାରଣଙ୍କୁ ସତର୍କ ସୂଚନା ପ୍ରଦାନ କରିଛି ପୁଲିସ। ନୂଆ ବର୍ଷ ସେଲିବ୍ରେସନ ଉପରେ ସରକାର ପୂର୍ବରୁ କଟକଣା ଜାରି କରି ସାରିଥିବା ବେଳେ, ଆଜି ୨୦୨୦ ବର୍ଷର ଶେଷ ଦିନରେ ରାଜ୍ୟରେ ନାଇଟ (ରାତ୍ରିକାଳିନ କର୍ଫ୍ୟୁ) ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ପୁଲିସ ଜିଲାର ବିଭିନ୍ନ ଥାନା ଓ ଫାଣ୍ଡି ପକ୍ଷରୁ ସମ୍ପୃକ୍ତ ଅଂଚଳରେ ଯାନବାହାନ ଚଳାଚଳ ଉପରେ କଟକଣା ଲଗାଯାଇ ରାତି ୧୦ ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ କରାଯାଇଥିବା ପ୍ରକାଶ।

ଆଜି ରାତି ୭ଟାରୁ ରାଉରକେଲାର ଜନବହୁଳ ଛକ ଭାବେ ପରିଚିତ ବିଶ୍ରା ଛକରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନେତୃତ୍ୱରେ ପୁଲିସ କର୍ମୀମାନେ ସୁରକ୍ଷା ଦିଗକୁ ଅନୁସନ୍ଧାନ କରିବା ସହ ନାଇଟ କର୍ଫ୍ୟୁକୁ ନେଇ ପୁଲିସ ଯାଂଚ ପ୍ରକିୟାକୁ କଡ଼ାକଡ଼ି କରିଥିଲେ। ନୂଆବର୍ଷ ସେଲିବ୍ରେସନରେ ଜନସାଧାରଣଙ୍କ ଗହଳିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏଭଳି ସୁରକ୍ଷା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା। ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ରାଜରାସ୍ତାରେ ପିସିଆର ଭ୍ୟାନ ସାଇରନ ବଜାଇ ଦକ୍ଷିଣ ରାଉରକେଲାର ପ୍ରମୁଖ ଛକ ଗୁଡ଼ିକରେ ଘୁରି ବୁଲୁଥିବା ବେଳେ, ଗଳିକନ୍ଦିରେ ଅମାନିଆମାନଙ୍କ ଉପରେ ଟାଙ୍ଗରପାଲୀ ଥାନାର ପୁଲିସ କର୍ମୀମାନେ ସତର୍କ ଦୃଷ୍ଟି ରଖିଥିଲେ।

- Advertisement -

ସେହିଭଳି ଜାତୀୟ ରାଜପଥ-୧୪୩ରେ ଜଲଦା ଫାଣ୍ଡି ପୁଲିସ ପକ୍ଷରୁ ନାଇଟ କର୍ଫ୍ୟୁକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନାଇଟ କର୍ଫ୍ୟୁ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଯାଇଛି। ନାଇଟ କର୍ଫ୍ୟୁ ଯୋଗୁ ରାତ୍ରି ୮ଟାରୁ ସାରନଗରୀର ବିଭିନ୍ନ ପ୍ରମୁଖ ଛକ ପାଣିଟାଙ୍କି ଛକ, ଆଇଡ଼ିଏଲ ଛକ, ସୁପର ମାର୍କେଟ, ଗଂଜୁ ମାର୍କେଟ, ଲୋକନାଥ ମାର୍କେଟ ଆଦିରେ କିଛିଟା ଦୋକାନ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ନାଇଟ କର୍ଫ୍ୟୁ ଆଜି ଗୁରୁବାର ରାତ୍ରୀ ୧୦ଟାରୁ ଆସନ୍ତାକାଲି ସକାଳ ୫ଟାଯାଏ ପ୍ରଶାସନ ପକ୍ଷରୁ ଲାଗୁ କରାଯାଇଥିବାରୁ ସଂଧ୍ୟାରେ ଲୋକମାନେ ସେମାନଙ୍କ ଜରୁରୀ ଓ ଅନ୍ୟାନ ଘରୋଇ କାର୍ୟ୍ୟ ସାରି ତରବରିଆ ଭାବେ ଘରକୁ ପ୍ରତ୍ୟାବର୍ତନ କରୁଥିବା ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ନାଇଟ କର୍ଫ୍ୟୁ ଘୋଷଣା ଜଣାପଡ଼ିବା ପରେ ମଧ୍ୟ କିଛି ଅମାନିଆମାନେ ଏହାକୁ ଆଦୌ ଭ୍ରୁକ୍ଷେପ ନକରିବା ଭଳି ଘଟଣା ଦକ୍ଷିଣ ରାଉରକେଲାରେ କାଁଭାଁ ଦେଖିବାକୁ ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories