ରାତି ୧ଟା ମୁଖ୍ୟ ଖବର

ବଡ଼ ଖବର :

# ଭାରତୀୟ କ୍ରୀଡ଼ା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ବ୍ୟାଡ୍‌ମିଣ୍ଟନ ତାରକା ପୁସାର୍ଲା ଭେଙ୍କଟ ସିନ୍ଧୁ। ପ୍ରଥମ ଭାରତୀୟ ଖେଳାଳି ଭାବେ ବିଶ୍ବ ବ୍ୟାଡ୍‌ମିଣ୍ଟନ୍ ଚମ୍ପିଆନ୍‌ ହେବାର ସ୍ବର୍ଣ୍ଣିମ କୃତିତ୍ବ ହାସଲ କରିଛନ୍ତି ସିନ୍ଧୁ।

#ଜାମ୍ମୁ-କାଶ୍ମୀରରେ ସରକାରଙ୍କ କଠୋର ଶାସନ ଦେଖିବାକୁ ମିଳିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ଉପରେ ବଳ ପ୍ରୟୋଗ କରାଯାଇ ନିରବ ରଖାଯାଇଛି।

# ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ  ଫ୍ରାନ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ   

# ଦିଲ୍ଲୀର ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବରିଷ୍ଠ ବିଜେପି ନେତା ଅରୁଣ ଜେଟ୍‍ଲୀଙ୍କ ଶେଷକୃତ୍ୟ ସମ୍ପନ୍ନ।

# ବ୍ୟାଙ୍କ ଜାଲିଆତି ରୋକିବା ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଏକ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି।

# ରାଜଧାନୀ ଭୁବନେଶ୍ବରରେ ଫୁଟିଲା ବୋମା, ଅଟୋ ଡ୍ରାଇଭର ଆହତ

# ଭୁବନେଶ୍ବର ହାଇଟେକ ନିକଟରେ ଦବିଲା ଓଭରବ୍ରିଜ, ଯାତାୟତ ପ୍ରଭାବିତ

# ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲାରେ ପ୍ରବଳ ବର୍ଷା ହେବାନେଇ ସତର୍କ ସୂଚନା ଜାରି କରାଯାଇଛି।

# ରାଜ୍ୟରେ ବଢ଼ୁଛି ସଡ଼କ ଦୁର୍ଘଟଣା: ଡେଥ୍‌ଜୋନ୍‌ରେ ପାଞ୍ଚ ଜାତୀୟପଥ

# ସମାଜସେବା ହିଁ ରାଷ୍ଟ୍ରପିତା ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀରେ ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ‘ମନ କୀ ବାତ୍’ ରେ ମୋଦୀଙ୍କ ଆହ୍ୱାନ..

– ଆସନ୍ତାମାସ ୧୧ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ “ପ୍ଲାଷ୍ଟିକ୍‍ ମୁକ୍ତ ଭାରତ” ଅଭିଯାନ,ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି।

– ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ ’ ଫିଟ୍‍ ଇଣ୍ଡିଆ ଅଭିଯାନ’

# ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪ ଜଣଙ୍କର ମୃତ୍ୟୁ ଘଟିଛି।

# ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ଜିଲାରେ ସ୍ୱଳ୍ପ ଓ ଅନ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ଆଞ୍ଚଳିକ:

# ରାଜ୍ୟରେ ପାଣିରେ ବୁଡ଼ି ଦୈନିକ ଯାଉଛି ଦୁଇଟି ଅମୂଲ୍ୟ ଜୀବନ। ପାଣିରେ ବୁଡ଼ି ଦୈନିକ ଯାଉଛି ୨ ଜୀବନ: ୪ ବର୍ଷରେ ମଲେଣି ୨୧୩୫

# ରାଜଧାନୀ ଭୁବନେଶ୍ବରରେ ଫୁଟିଲା ବୋମା, ଅଟୋ ଡ୍ରାଇଭର ଆହତ

# ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪ ଜଣଙ୍କର ମୃତ୍ୟୁ ଘଟିଛି।

# ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ କଟଙ୍ଗିଡିହି ଗ୍ରାମରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି

# ଗୋଟିଏ ଘଣ୍ଟାରେ ଏକଲକ୍ଷ ଚାରା ରୋପଣ କରି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆଜି ଏକ ରେକର୍ଡ ସୃଷ୍ଟି କରିପାରିଛି। ବିଚାର ବିଭାଗ, ଜଙ୍ଗଲ ବିଭାଗ ଓ ସାମାଜିକ-ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ସହଯୋଗରେ ସମୂହ ଚାରା ରୋପଣ କରାଯାଇଛି।

# ପୁରୀରେ ପୁଲିସ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ବେହେରା ଆହତ ହୋଇଛି। ତା’ର ଡାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

prayash

# ଝାରସୁଗୁଡ଼ା ବାଇପାସ ବେହେରାପାଟ ଅନ୍ତର୍ଗତ ଏକ ହୋଣ୍ଡା ସୋ’ ରୁମ୍‍ରୁ ୯ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି

# ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ଜିଲାରେ ସ୍ୱଳ୍ପ ଓ ଅନ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

# ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ପୁରୀ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

# ଗଞ୍ଜାମର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗାଁ ନିକଟ ଋଷିକୁଲ୍ୟା ନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ ଥିବା ଜଣାପଡ଼ିଛି।

# ସ୍ୱିଜରଲ୍ୟାଣ୍ଡର ବାସେଲରେ ଚାଲିଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‍ ରେ ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୬-୨୧,୨୧-୧୪,୨୧-୫ ରେ ହରାଇ ପ୍ରମୋଦ ଭଗତ ଚାମ୍ପିଅନ ହୋଇଛନ୍ତି।

ଜାତୀୟ:

#  ପି ଭି ସିନ୍ଧୁ ରଚିଲେ ଇତିହାସ, ପ୍ରଥମ ଭାରତୀୟ ଭାବେ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ ଟାଇଟଲ ହାସଲ କଲେ

#ଶ୍ରୀନଗର : ଜାମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଓ ରାଜ୍ୟର ପୁନର୍ଗଠନ ପରେ ରବିବାର ଶ୍ରୀନଗରସ୍ଥିତ ସଚିବାଳୟରୁ ରାଜ୍ୟର ସ୍ବତନ୍ତ୍ର ପତାକା ହଟାଯାଇ କେବଳ ଭାରତର ଜାତୀୟ ପତାକା ଲଗାଯାଇଛି।

#ଜାମ୍ମୁ-କାଶ୍ମୀରରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଯାଇଥିବା ଅଭିଯୋଗକୁ ରାଜ୍ୟପାଳ ସତ୍ୟପାଲ ମଲିକ ଅଗ୍ରାହ୍ୟ କରିଛନ୍ତି।

# ଭାରତୀୟ ନିର୍ବାଚନ କମିଶନ ୪ଟି ରାଜ୍ୟ  ଉତ୍ତର ପ୍ରଦେଶ, ତ୍ରିପୁରା, ଛତିଶଗଡ ଏବଂ କେରଳର ଗୋଟିଏ ଲେଖାଁଏ ଆସନରେ ଆସନ୍ତା ୨୩ ତାରିଖରେ ଉପ-ନିର୍ବାଚନ ପାଇଁ ଘୋଷଣା କରିଛନ୍ତି।

# ’ମନ କୀ ବାତ୍’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ

# ସମାଜସେବା ହିଁ ରାଷ୍ଟ୍ରପିତା ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀରେ ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

# ଆସନ୍ତାମାସ ୧୧ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ “ପ୍ଲାଷ୍ଟିକ୍‍ମୁକ୍ତ ଭାରତ” ଅଭିଯାନ, ସହଯୋଗ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି।

# ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ’ ଫିଟ୍‍ ଇଣ୍ଡିଆ ଅଭିଯାନ’

# ଦିଲ୍ଲୀର ନିଗମବୋଧ ଘାଟରେ ଆଜି ଅପରାହ୍ଣରେରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବରିଷ୍ଠ ବିଜେପି ନେତା ଅରୁଣ ଜେଟ୍‍ଲୀଙ୍କ ଶେଷକୃତ୍ୟ ସମ୍ପନ୍ନ

# ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଜମ୍ମୁ-କାଶ୍ମୀରର ପୁଲିସ୍‍ ମହାନିର୍ଦ୍ଦେଶକ ଦିଲ୍‍ବାଗ ସିଂହ କହିଛନ୍ତି, ରାଜ୍ୟର ସବୁ ଜିଲ୍ଲାରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଆନ୍ତର୍ଜାତୀୟ:

#ଚୀନ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇ ସ୍ବାଧୀନ ରାଷ୍ଟ୍ର ଗଠନ ଦାବିରେ ଆନ୍ଦୋଳଚନ ଚଳାଇଥିବା ହଂକଂର ବିକ୍ଷୋଭକାରୀଙ୍କ ଉପରେ ରବିବାର ପାଣି ଓ ଗୁଳିମାଡ ହୋଇଛି।

# ଜଟିଳ ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚକାଟ ଆରମ୍ଭ କରିଦେଇଛି। ସରକାରୀ ଅଧିକାରୀସ୍ତରରେ ହେଉଥିବା ବୈଠକରେ ରି‌େ​‌ଫ୍ରସ୍‌ମେଣ୍ଟ ବାବଦରେ ଦିଆଯାଉଥିବା ଚା-ବିସ୍କୁଟ୍‌ ଉପରେ ମଧ୍ୟ ଅଙ୍କୁଶ ଲଗାଇଛନ୍ତି ଇମ୍ରାନ୍‌ ସରକାର।

# ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାପାଇଁ ଫ୍ରାନ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

# ଆମାଜନ୍ ଜଙ୍ଗଲରୁ ନିଆଁ ଲିଭାଇବା ପାଇଁ ବ୍ରାଜିଲ ସରକାରଙ୍କ ପକ୍ଷରୁ ସେନା ବାହିନୀ ଓ ବାୟୁସେନା ବିମାନକୁ ମୁତୟନ କରାଯାଇଛି।

# ଜାମ୍ମୁ-କାଶ୍ମୀରରୁ  ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନର ରାଷ୍ଟ୍ରପତି ଆରଫ ଆଲଭୀ ଚେତାବନୀ ଦେଇ କହିଛନ୍ତି, ଭାରତ ଧାରା ୩୭୦ ଉଚ୍ଛେଦ କରି ନିଆଁ ସହିତ ଖେଳ ଖେଳୁଛି

# ଇରାକରେ ଆଇଏସଆଇଏସ ମୋଟାର ଆକ୍ରମଣ, ୬ଜଣଙ୍କର ମୃତ୍ୟୁ

kalyan agarbati

Comments are closed.