ନାଇଜେରିଆରେ ୧୧୦ ସ୍କୁଲ ଛାତ୍ରୀ ଅପହୃତ

0

କାନୋ : ବୋକୋ ହାରାମ ସଂଗଠନର ଆତଙ୍କବାଦୀମାନେ ଇତିମଧ୍ୟରେ ନାଇଜେରିଆର ଡାପ୍‌ଚିସ୍ଥିତ ଏକ ସରକାରୀ ବାଳିକା ବିଦ୍ୟାଳୟ ଉପରେ ଆକ୍ରମଣ କରି ୧୧୦ ଜଣ ଛାତ୍ରୀଙ୍କୁ ଅପହରଣ କରିନେଇଛନ୍ତି। ଆକ୍ରମଣରୁ ବର୍ତ୍ତିଯାଇଥିବା ଛାତ୍ରୀମାନେ ଆତଙ୍କିତ ହୋଇପଡିଥିବାରୁ ସରକାର ଏହି ସ୍କୁଲକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି। ୨୦୧୪ ଏପ୍ରିଲରେ ବୋକୋ ହାରାମ ଆତଙ୍କବାଦୀମାନେ ସିବୁକ୍‌ ସହରରେ ଥିବା ଏକ ଆବାସିକ ବାଳିକା ବିଦ୍ୟାଳୟ ଉପରେ ଆକ୍ରମଣ କରି ପ୍ରାୟ ୨୦୦ ଛାତ୍ରୀଙ୍କୁ ଅପହରଣ କରିନେଇଥିଲେ।

Leave A Reply