www.samajalive.in
Sunday, December 14, 2025
17.1 C
Bhubaneswar

ଆଜି ଖୋଲିବ ନିକୋ ପାର୍କ ; ପ୍ରଥମ ଦିନ ବିନା ଦେୟରେ ପ୍ରବେଶ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ଫଣି ପ୍ରଭାବରେ ବିଡିଏ ନିକୋପାର୍କ ଛାରଖାର ହୋଇଯାଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପାର୍କକୁ ହାତକୁ ନେଇ ସଜାଡ଼ିଛି ବିଡିଏ। କାମ ସରିଥିବାରୁ ଗୁରୁବାର ଅପରାହ୍ଣ ସାଢ଼େ ୩ଟାରେ ପାର୍କ ସର୍ବସାଧାରଣଙ୍କ ପାଇଁ ଖୋଲିବ ବୋଲି ବିଡିଏ ପକ୍ଷରୁ ସୂଚନା ମିଳିଛି। ପ୍ରଥମ ଦିନ ବିନା ଦେୟରେ ଜନସାଧାରଣ ପାର୍କ ଭିତରକୁ ଯାଇ ପାରିବେ। ପିଲାଙ୍କ ନିମନ୍ତେ ୩ଟି ରାଇଟ୍‌ସ ଚଲାଯିବ। ଅବଶିଷ୍ଟ ରାଇଟ୍‌ସକୁ ନିରାପତ୍ତା ଦୃଷ୍ଟିରୁ ଚଲାଯିବ ନାହିଁ ବୋଲି ବିଡିଏ ସଚିବ କହିଛନ୍ତି।
ଫଣି ପରେ ପାର୍କ ଅସଜଡ଼ା ହୋଇ ପଡ଼ିଥିଲା। ଏପରିକି ପାର୍କରେ ଭାଙ୍ଗି ପଡ଼ିଥିବା ଗଛ କଟାଯାଇ ନଥିଲା। ପାର୍କ ସଜାଡ଼ି ଖୋଲିବା ପାଇଁ ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥା, ବିଡିଏ ଏବଂ ସରକାର କେହି ହେଲେ ତତ୍ପରତା ପ୍ରକାଶ କରି ନଥିଲେ। ଏନେଇ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା।
ଫଣିରେ ରାଇଟ୍‌ସଗୁଡ଼ିକ ଭାଙ୍ଗି ଯାଇଥିବାବେଳେ ଏହାକୁ ଇତିମଧ୍ୟରେ ସଜଡ଼ା ଯାଇଛି। ହେଲେ ଚଳାଇବା ପାଇଁ ନିରାପତ୍ତା ପ୍ରମାଣପତ୍ର ମିଳିପାରି ନାହିଁ। ସେଥିପାଇଁ ପାର୍କ ଖୋଲିବାର ପ୍ରଥମ ଦିନରେ ରାଇଟ୍‌ସ ଚଳାଇବାକୁ ବିଡିଏ ମନା କରିଛି। ପାର୍କ ଟିକଟ ମୂଲ୍ୟ କମାଇବାକୁ ମଧ୍ୟ ସ୍ଥିର ହୋଇଛି। ପୂର୍ବରୁ ପାର୍କ ଭିତରକୁ ପ୍ରବେଶ କରିବାକୁ ହେଲେ ଦର୍ଶକଙ୍କୁ ୧୫୦ ଟଙ୍କା ଟିକଟ କାଟିବାକୁ ପଡୁଥିଲା। ଏହି ମୂଲ୍ୟ କମାଇ ୧୦୦ ଟଙ୍କା କରିବାକୁ ବିଡିଏ ଲକ୍ଷ୍ୟ ରଖିଛି। ପାର୍କ ଭିତରକୁ ପ୍ରବେଶ କରିବା ପରେ ଦର୍ଶକ ଯେଉଁ ରାଇଟ୍‌ସ ବ୍ୟବହାର କରିବେ; ସେହି ଅନୁସାରେ ଟିକଟ କାଟି ରାଇଟ୍‌ସରେ ବସି ପାରିବେ।
ସରକାରୀଙ୍କ ନିଷ୍ପତ୍ତିକ୍ରମେ ବିଡିଏ ୧.୫ କୋଟି ଟଙ୍କା ବଜେଟ୍‌ ତିଆରି କରି ପାର୍କ ସଜାଡ଼ିଛି। ମ୍ୟୁଜିକାଲ ଫାଉଣ୍ଟେନ୍, ୭ଡି ଥିଏଟର ଅର୍ଥାତ ଅନ୍ଧାର ଘର ଭିତରେ ଦୃଶ୍ୟ ଦେଖିବା ଏବଂ ଭୂତକୋଠି ମରାମତି କାମ ଦ୍ବିତୀୟ ପର୍ଯ୍ୟାୟରେ କରାଯିବ। ପ୍ରଥମ ଦିନରେ ମୋରିଗୋ ରାଉଣ୍ଡ, କ୍ୟାଟର ପିଲର ଏବଂ ମିନି ଟଏ ଟ୍ରେନ୍‌ ପିଲାଙ୍କ ପାଇଁ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ବିଡିଏ ସଚିବ ରବୀନ୍ଦ୍ରନାଥ ମିଶ୍ର କହିଛନ୍ତି; ପାର୍କ ସଜଡ଼ା କାମ ସରିଛି। ଗୁରୁବାର ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ। ଟିକଟ ମୂଲ୍ୟ କମ୍‌ କରିବାକୁ ଯୋଜନା ପ୍ରସ୍ତୁତି ଚାଲିଛି। ଦୁଇ ତିନିଦିନ ମଧ୍ୟରେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତେବେ ନିରାପତ୍ତା ପ୍ରମାଣପତ୍ର ମିଳି ପାରି ନଥିବାରୁ କିଛି ରାଇଟ୍‌ସ ଚଳାଯିବ ନାହିଁ। ଲୋକେ ଆସି ବୁଲାବୁଲି କରି ଦେଖିପାାରିବେ।
ସୂଚନାଯୋଗ୍ୟ; ନିକୋ ପାର୍କ ଦୂର୍ଗାପୂଜା ପୂର୍ବରୁ ଖୋଲିବାକୁ ସ୍ଥିର ହୋଇଥିଲା। ସଜଡ଼ା କାମ ସଠିକ୍ ସମୟରେ ସରିନଥିବାରୁ ଖୋଲା ଯାଇ ପାରିନଥିଲା। ନଭେମ୍ବର ୧ରେ ପାର୍କ ଖୋଲିବାକୁ ପୁନର୍ବାର ନିଷ୍ପତ୍ତି ନିଆଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories