www.samajalive.in
Saturday, December 6, 2025
14.1 C
Bhubaneswar

ଜାତିସଂଘ ରାଷ୍ଟ୍ରଦୂତ ପଦରୁ ନିକ୍କି ହାଲେଙ୍କ ଇସ୍ତଫା

ୱାଶିଂଟନ : ଜାତିସଂଘସ୍ଥିତ ଆମେରିକା ରାଷ୍ଟ୍ରଦୂତ ନିକ୍କି ହାଲେ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ନିକ୍କିଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରହଣ କରିନେଇଛନ୍ତି। ନିକ୍କି ଇସ୍ତଫା ଦେବାର କାରଣ ସମ୍ପର୍କରେ ଜଣାପଡି ନାହିଁ। ତେବେ ଟ୍ରମ୍ପଙ୍କର ଜଣେ ବିଶ୍ୱସ୍ତ ଉପଦେଷ୍ଟା ଭାବେ ଜଣା ନିକ୍କି ଗତ ସପ୍ତାହରେ ଟ୍ରମ୍ପଙ୍କୁ ହ୍ୱାଇଟ ହାଉସରେ ସାକ୍ଷାତ କରି ନିଜର ଇସ୍ତଫା ସମ୍ପର୍କରେ ଆଲୋଚନା କରିଥିଲେ। ଇସ୍ତଫା ପରେ ନିକ୍କି ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହୋଇଛି। ତେବେ ଏପରି ଚର୍ଚ୍ଚାକୁ ନିକ୍କି ଅସ୍ୱୀକାର କରିଛନ୍ତି। ୪୬ବର୍ଷୀୟା ନିକ୍କି ଆମେରିକା ପ୍ରଶାସନର ସବୁଠାରୁ ବରିଷ୍ଠ ଭାରତ-ଆମେରିକୀୟ ଅଧିକାରୀ। ଦକ୍ଷିଣ କରୋଲିନାର ପୂର୍ବତନ ଗଭର୍ଣ୍ଣର ନିକ୍କି ୨୦୧୭ରେ ଜାତିସଂଘର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories