www.samajalive.in
Saturday, December 6, 2025
14.1 C
Bhubaneswar

ତିତ୍‍ଲି ଚିନ୍ତା ; ହକି ଷ୍ଟାଡିୟମ ଉଦ୍‍ଘାଟନ ଆଜି

ଭୁବନେଶ୍ୱର : ହକି ବିଶ୍ୱକପ ପୂର୍ବରୁ ଓଡ଼ିଶା ସମେତ ସାରା ଭାରତରେ ହକି ଫିଭର ସୃଷ୍ଟିକରିବା ଲକ୍ଷ୍ୟରେ ବୁଧବାର ପଡ଼ିଆକୁ ଓହ୍ଳାଇବେ ହକି କିମ୍ବଦନ୍ତୀ ଧନରାଜ ପିଲେ ଏକାଦଶ ଓ ଦିଲୀପ ତିର୍କୀ। ଦର୍ଶକଙ୍କ ଉତ୍ସାହ ମଧ୍ୟ ଚରମ ସୀମାରେ ପହଞ୍ଚିଛି। ପୁରୁଷ ହକି ବିଶ୍ୱକପ ଲାଗି ନୂଆ ରୂପ ନେଇଛି ହକି ଷ୍ଟାଡ଼ିୟମ। ନବୀକରଣତ ହକି ଷ୍ଟାଡ଼ିୟମ ଉଦ୍‍ଘାଟନ ଓ ଏହି ଅବସରରେ ଦିଲୀପ ତିର୍କୀ ଏକାଦଶ- ଧନରାଜ ପିଲେ ଏକାଦଶ ମଧ୍ୟରେ ବୁଧବାର ପ୍ରଦର୍ଶନୀ ମ୍ୟାଚ ଖେଳାଯିବ। ପିଲେ ଓ ତିର୍କୀଙ୍କ ଟିମ୍‍ରେ ଉଭୟ ଅତୀତର ହକି କିମ୍ବଦନ୍ତୀ ଓ ଭାରତୀୟ ଜାତୀୟ ଦଳର ମିଶ୍ରଣ ରହିଛି। ପି.ଆର ଶ୍ରୀଜେଶ, ମନପ୍ରୀତ୍‍ ସିଂହ, ହରମନପ୍ରିତ୍‍ ସିଂହ, ସର୍ଦ୍ଦାର ସିଂହ, ବିରେନ ରକ୍‍କିହ୍ନା, ଦୀପକ ଠାକୁରଙ୍କ ସହିତ ଓଡ଼ିଆ ଖେଳାଳିିମାନଙ୍କ ଆକ୍ସନ ଦେଖିବାକୁ ମିଳିବ। ଏଥିପାଇଁ ଧନରାଜ ପିଲେଙ୍କ ସହିତ ଏକାଧିକ ପୂର୍ବତନ ଖେଳାଳି ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦିଲୀପ ତିର୍କୀ କହିଛନ୍ତି ଯେ, ହକି ବିଶ୍ୱକପ ଓଡ଼ିଶାରେ ସଫଳ କରିବା ନେଇ ସମସ୍ତେ ଆଗେଇ ଆସିଛନ୍ତି। ଧନରାଜ ଓ ତାଙ୍କ ଟିମ୍‍ ସହିତ ଲଢେଇ କରିବାକୁ ଯାଉଥିବାରୁ ମୁଁ ବହୁତ ଉତ୍ସାହିତ ଓ ମୋ ଦଳ କ୍ରୀଡ଼ାପ୍ରେମୀଙ୍କୁ ଏଭ ଭଲ ଖେଳ ଭେଟିଦେବାକୁ ଚାହିଁ ରହିଛୁ ବୋଲି ଦିଲୀପ କହିଛନ୍ତି। କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଳ ଦେବ କୁହନ୍ତି, ଷ୍ଟାଡ଼ିୟମ ଉଦ୍‍ଘାଟନ ଓ ପ୍ରଦର୍ଶନୀ ମ୍ୟାଚ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟି ଅବପାତ ତିତ୍‍ଲି ପ୍ରଭାବିତ କରିବା ନେଇ ଆଶଙ୍କା ରହିଛି। ବୁଧବାର ବିଳମ୍ବିତ ରାତିରେ ବର୍ଷା ଓ ପବନ ହେବାର ଥିବାରୁ କାର୍ଯ୍ୟକ୍ରମ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଆୟୋଜିତ ହେବା ସହିତ ପ୍ରଦର୍ଶନୀ ମ୍ୟାଚ ମଧ୍ୟ ଖେଳାଯିବ ବୋଲି କ୍ରୀଡ଼ା ସଚିବ ଶ୍ରୀ ଦେବ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories