www.samajalive.in
Friday, December 5, 2025
17.1 C
Bhubaneswar

ମହିଳା ଆୟୋଗରେ ବି ଯୌନ ନିର୍ଯାତନା ଝଡ଼

ନୂଆଦିଲ୍ଲୀ  : ’ମି ଠୁ ଅଭିଯାନ’କୁ ନେଇ ସାରା ଦେଶରେ ଝଡ଼ ସୃଷ୍ଟି ହୋଇଥିବାବେଳେ ଜାତୀୟ ମହିଳା ଆୟୋଗ ଏଥିରୁ ବାଦ ପଡ଼ି ନାହିଁ। ଦୁଇ ଜଣ ପୂର୍ବତନ ମହିଳା କର୍ମଚାରୀ ଆୟୋଗଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ୨୦୧୬ରେ ଆୟୋଗରେ କାର୍ଯ୍ୟରତ ତତ୍କାଳୀନ ଉପସଚିବଙ୍କ ଯୌନ ନିର୍ଯାତନା ସମ୍ପର୍କରେ ଆୟୋଗ ଅଧ୍ୟକ୍ଷାଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପଛରେ ଥାଉ; ସେମାନଙ୍କ ଚାକିରି ନବୀକରଣ କରାଯାଇ ନଥିଲା ବୋଲି ସମ୍ପୃକ୍ତ ଦୁଇ କର୍ମଚାରୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମହିଳା ଆୟେଗରେ ମଧ୍ୟ ଝଡ଼ ସୃଷ୍ଟି ହୋଇଛି।
ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ନିତି ଆୟୋଗରେ କାର୍ଯ୍ୟରତ ଓ ୨୦୧୬ରେ ଆୟୋଗର ଉପସଚିବ ଭିଭିବି ରାଜୁଙ୍କ ବିରୋଧରେ ଦୁଇ ଜଣ ମହିଳା କର୍ମଚାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ରାଜୁଙ୍କ ବିରୋଧରେ ତତ୍କାଳୀନ ଅଧ୍ୟକ୍ଷା ଲଳିତା କୁମାରମଙ୍ଗଳମ୍‍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହା ପରିବର୍ତ୍ତେ ଅଭିଯୋଗକାରିଣୀଙ୍କୁ ଭଲ କାମ କରିବାକୁ ଲଳିତା ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୋଗକାରିଣୀଙ୍କୁ ଚାକିରିରୁ ବିଦା କରିଦିଆଯାଇଥିଲା। ଏହି ମାମଲା ସର୍ମ୍ପରେ କୁମାରମଙ୍ଗଳମ୍‍ କିଛି କହିବାକୁ ମନା କରିଛନ୍ତି। ଏହି ମାମଲା ପୁରୁଣା ହାଇଥିବା ଓ ଏହା ବିଚାରାଧୀନ ଥିବା ଦର୍ଶାଇ ସେ ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories