www.samajalive.in
Saturday, December 6, 2025
15.1 C
Bhubaneswar

ବାହାଘର ପରେ ଦୁଃଖିତ ଥିଲେ କି ନିକ୍‍ ଜୋନସ୍‍? ଉତ୍ତରରେ କଣ କହିଲେ ନିକ୍‍ ଜାଣନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ଗାୟକ ନିକ୍‍ ଜୋନ୍‍ସଙ୍କ ବାହାଘରକୁ ୫ବର୍ଷ ପୁରିଛି। ଡିସେମ୍ବର ୨୦୧୮ରେ ଦୁହେଁ ରାଜସ୍ଥାନରେ ବିବାହ କରିଥିଲେ। ଏହି ବିବାହ ସେତେବେଳେ ରାଜକୀୟ ଶୈଳରେ ହୋଇଥିବାରୁ ବେଶ ଚର୍ଚ୍ଚା ହୋଇଥିଲା। ଯୋଧପୁରର ଏକ ପ୍ୟାଲେସରେ ଭାରତୀୟ ରୀତିନୀତି ଓ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ପ୍ରିୟଙ୍କା ଏବଂ ନିକ୍‍। ଏହି ବିବାହରେ ଖର୍ଚ୍ଚ ହୋଇଥିଲା ୩.୫କୋଟିରୁ ଅଧିକ ଟଙ୍କା। ଏହି ବିବାହରେ ନିକ୍‍ ଜୋନସ୍‍ ବେଶ ଦୁଃଖିତ ଥିବା କହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ନିକ୍‍ ନିଜେ ଏକଥା କହିଛନ୍ତି।

ନିକଟରେ ନିକ୍‍ ଜୋନ ଏବଂ ତାଙ୍କ ଭାଇ କେବିନ୍‍ ଏକ ଶୋରେ ସାକ୍ଷାତକାର ଦେଇଥିଲେ। ସେଠଶରେ ନିକ୍‍ଙ୍କୁ ତାଙ୍କ ବିବାହର କିଛି ପ୍ରଶ୍ନ ପଚରାଯାଇଥିଲା। ଆପଣଙ୍କ ବିବାହ ହୋଇସାରିଛି, ଏବଂ ବିବାହ ପରେ ଆପଣ ଦୁଃଖିତ ଅଛନ୍ତି ବୋଲି କେବେ ଅନୁଭବ କରିଛନ୍ତି କି? ଏହାର ଉତ୍ତରରେ ନିକ୍‍ କହିଥିଲେ ଯେ ହଁ ଏଭଳି ଲାଗିଥିଲା। ଯେବେ ମୁଁ ବାହାଘରର ବିଲ୍‍ ଦେଖିଥିଲି। ନିକଙ୍କ ଏହି ଉତ୍ତର ସୋସିଆଲ ମିଡ଼ିଆରେ ବେଶ ଟ୍ରେଣ୍ଡ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories