www.samajalive.in
Saturday, December 6, 2025
14.1 C
Bhubaneswar

ଲଗାତର ୩ ଦିନ ଖସିବା ପରେ ପୁଣି ବଢିଲା ପେଟିଏମ୍‌ ସେୟାର ଦାମ୍‌, ଆଜି ୬ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : ପେଟିଏମର ସେୟାର ଦାମ୍‌ ଲଗାତର ୩ ଦିନ ହ୍ରାସ ପାଇବା ପରେ ଅଚାନକ ଉପରକୁ ଉଠିଛି । ମଙ୍ଗଳବାର ଅଚାନକ ପେଟିଏମର ସେୟାର ଦାମ୍‌ ପ୍ରାୟ ୬ ପ୍ରତିଶତ ବଢିଛି । ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ବ୍ୟାଙ୍କିଂ ସେବା ଉପରେ କଟକଣା ଲଗାଯିବା ଆଦେଶ ପରେ ୩ ଦିନରେ କମ୍ପାନୀର ସେୟାର ୪୩ ପ୍ରତିଶତ ହ୍ରାସ ପାଇଥିଲା ।

ରିଜର୍ଭ ବ୍ୟାଙ୍କ ଗତ ୩ ଜାନୁୟାରୀରେ ପେଟିଏମର ବ୍ୟାଙ୍କିଂ ଶାଖା ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କର ସେବାକୁ ରୋକିବା ପାଇଁ ଆଦେଶ ଜାରି କରିଥିଲା ଯାହା ଆଗାମୀ ୨୯ ଫେବୃୟାରୀରୁ ଲାଗୁ କରାଯିବ । ତଦନୁସାରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ନୂଆ ଗ୍ରାହକ ଯୋଡି ପାରିବନି କିମ୍ବା କୌଣସି ବି ଗ୍ରାହକ ଖାତା, ୱାଲେଟ୍‌ ଏବଂ ଫାଷ୍ଟ୍ୟାଗରେ ଡିପୋଜିଟ କରିପାରିବେନି । ଏହି ନିର୍ଦ୍ଦେଶ ପରେ ପେଟିଏମର ଷ୍ଟକରେ ଲଗାତର ହ୍ରାସ ଦେଖିବାକୁ ମିଳୁଥିଲା ।

- Advertisement -

ଏହା ମଧ୍ୟରେ ପେଟିଏମ୍‌ ସେୟାର ୪୩ ପ୍ରତିଶତ ପର୍ଯ୍ୟନ୍ତ ଖସିଥିଲା ଏବଂ କମ୍ପାନୀର ମାର୍କେଟ କ୍ୟାପ୍‌ ୨୦ ହଜାର କୋଟି ଟଙ୍କାରୁ ଅଧିକ କମିଯାଇଥିଲା । ତେବେ ମଙ୍ଗଳବାର ସକାଳ ସାଢେ ୧୦ ଟାରେ ଏହା ୬.୫୬ ପ୍ରତିଶତ ବୃଦ୍ଧି ସହିତ ୪୬୬.୭୫ ଟଙ୍କାରେ କାରବାର କରୁଥିଲା ।
କମ୍ପାନୀର ଷ୍ଟକ୍‌ ଦାମ୍‌ ଖସିବା ପରେ ମଧ୍ୟ ସକାରାତ୍ମକ ଚିନ୍ତାଧାର ରଖିଥିଲେ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା । ଏଭଳି ପରିସ୍ଥିତିରେ ସେ ନିଜେ ହାର୍‌ ମାନିନଥିଲେ ଏବଂ କମ୍ପାନୀର କର୍ମଚାରୀଙ୍କୁ ମଧ୍ୟ ଆଶ୍ୱାସନା ଦେଇଥିଲେ । ଦାମ୍‌ ସମ୍ପୂର୍ଣ୍ଣ କମିବା ପରେ ଏହାର ଫାଇଦା ଉଠାଇବା ପାଇଁ ନିବେଶକ ଏଥିପ୍ରତି ଆଗ୍ରହ ଦେଇଥିଲେ । ତେବେ ଶେଷରେ ଧିରେ ଧିରେ ସେୟାର ଦାମ୍‌ ବଢିବାରେ ଲାଗିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories