www.samajalive.in
Sunday, December 14, 2025
19.1 C
Bhubaneswar

କଟକର ପୂର୍ବତନ ମେୟର ନିବେଦିତା ପ୍ରଧାନଙ୍କ ଦେହାନ୍ତ

କଟକ : ପୂର୍ବତନ ବିଧାୟକ ତଥା କଟକ ମହାନଗର ନିଗମର ପ୍ରଥମ ମେୟର ନିବେଦିତା ପ୍ରଧାନ(୬୦)ଙ୍କ ଗୁରୁବାର ଅପରାହ୍ଣରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସେ କିଛିଦିନ ଧରି ଅସୁସ୍ଥ ଥିଲେ। ଗତକାଲି ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସୃଷ୍ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା। ସେ ନିମୋନିଆ ଏବଂ ସେପ୍ଟିସେମିଆରେ ପୀଡ଼ିତ ଥାଇ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଘଟିନଥିଲା। ଆଜି ଅପରାହ୍ଣରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ଖବର ପାଇ ବିଜେପି ସମେତ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା, ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ସୃଷ୍ଟି ହସ୍ପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ନର୍ସିଂହୋମରୁ ମୃତଦେହକୁ ଏକ ଶୋଭାଯାତ୍ରାରେ ମାତାମଠ, ମଣିସାହୁ ଛକ, ବକ୍ସିବଜାର, ଦରଘା ବଜାର, ଚୌଧୁରୀ ବଜାର ହୋଇ ସିଏମସି କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ମେୟର ସୁବାସ ସିଂହ, ନିଗମ ଆୟୁକ୍ତ ନିଖିଲ ପବନ କଲ୍ୟାଣଙ୍କ ସମେତ ସିଏମସିର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେଠାରୁ ଝୋଲା ସାହି, ନିମସାହି, ସେମିନାରୀ ଛକ, ହରିପୁର, ଦୋଳମୁଣ୍ଡାଇ ଦେଇ ସଙ୍ଗମ ଟକିଜ ନିକଟସ୍ଥ ବାସଭବନକୁ ନିଆଯିବା ପରେ ସେଠାରୁ ଦୋଳମୁଣ୍ଡାଇ ଛକ ଦେଇ ବାଦାମବାଡ଼ି ଛକ ପରେ ଖାନନଗର ଶ୍ମଶାନକୁ ମୃତଦେହ ନିଆଯାଇଥିଲା। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ଭଉଣୀ ସସ୍ମିତା, ମଧୁସ୍ମିତା ଓ ଭାଇ ସତ୍ୟରଞ୍ଜନଙ୍କ ସମେତ ପରିବାର ଓ ଆତ୍ମୀୟସ୍ୱଜନଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା, ସ୍ଥାନୀୟ ମୁରବୀ ବହୁ ଲୋକପ୍ରତିନିଧି ଉପସ୍ଥିତ ଥିଲେ। ନିବେଦିତାଙ୍କ ବିୟୋଗରେ ବିଧାୟକ ଇଂ ମହମ୍ମଦ ମୋକିମ, ମେୟର ଶ୍ରୀ ସିଂହ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେ, ପୂର୍ବତନ ପ୍ରଦେଶ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଦିଲୀପ ମଲ୍ଲିକ, କଂଗ୍ରେସ ସଭାପତି ସୁରେଶ ମହାପାତ୍ର, ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ଡା. ରବିରଞ୍ଜନ ସାହୁ, ଶ୍ରମିକ ନେତା ଉତ୍କଳଭୂଷଣ ରାଉତରାୟ ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି।
ପ୍ରକାଶ ଯେ, ସୁଶ୍ରୀ ନିବେଦିତା ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ କଟକ ସଦର ବିଧାୟିକା ରହିଥିଲେ। ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ ସେ କଟକ ମହାନଗର ନିଗମର ପ୍ରଥମ ମେୟରଭାବେ କାର୍ଯ୍ୟ କରିଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories