ଶୁକ୍ରବାର ରାଶିଫଳ (୧୧.୦୮.୨୦୨୩)

ମେଷ : ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଈପ୍‌ସିତ ପ୍ରାପ୍ତିର ସୂଚନା ମିଳୁଛି। ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହେବେ। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି।

ବୃଷ : ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟର ମାତ୍ରା ବୃଦ୍ଧି ପାଇବ। ଶାରୀରିକ ସ୍ତରରେ ଲାବଣ୍ୟନିଧି ଶୋଭାର ଭଣ୍ଡାର ହୋଇପାରନ୍ତି। ଚିନ୍ତାଧାରା ଉନ୍ନତ ମାନର ହେବ। ସୁଷମ ଓ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।

ମିଥୁନ : କର୍ମପ୍ରବର ହେବେ। ସାଧନାରେ ସିଦ୍ଧି ପ୍ରାପ୍ତି ପାଇଁ ଦେବାତ୍ମା ହିମାଳୟର ଆମନ୍ତ୍ରଣ ରକ୍ଷା କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବାରେ କୁଣ୍ଠିତ ହେବେ ନାହିଁ। ଶୂନ୍ୟତା ଭିତରୁ ପୂର୍ଣ୍ଣତା ମିଳିବ।

କର୍କଟ : ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ସାଧୁ ସନ୍ଥଙ୍କ ନିକଟରେ ବିନୟାବନତ ହୋଇପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ଓ ପ୍ରୋତ୍ସାହନ ମିଳିବ। କରିତ୍‌କର୍ମାଭାବେ ଜନସାଧାରଣଙ୍କ ସମ୍ମାନନୀୟ ହେବେ।

ସିଂହ :ଦୟାଧର୍ମରେ ବିଲୀନ ହୋଇପାରନ୍ତି। ଜ୍ଞାନର ପ୍ରଦୀପ ଆପଣଙ୍କ ଭବିଷ୍ୟତକୁ ଉଳମୟ କରିପାରେ। ସତ୍‌ସଙ୍ଗ ପ୍ରଭାବରେ ସାରା  ବିଶ୍ବକୁ ମଧୁମୟ କରିପାରନ୍ତି। ପରିବାରରୂପୀ କର୍ମଶାଳାର କର୍ଣ୍ଣାଧାର ହେବେ।

କନ୍ୟା :  ଜନସେବାରେ ନିୟୋଜିତ ହୋଇ ଗଣତାନ୍ତ୍ରିକ କ୍ଷମତାର କେନ୍ଦ୍ରବିନ୍ଦୁ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରିବା ଆପଣଙ୍କପକ୍ଷେ ସହଜସାଧ୍ୟ ହେବ। ଆତ୍ମଜ୍ଞାନ ପ୍ରାପ୍ତି ଜୀବନର ଲକ୍ଷ୍ୟ ହୋଇପାରେ।

prayash

ତୁଳା : ଅହଂଭାବକୁ ବାହାଦୁରୀ ମନେ କରନ୍ତୁ ନାହିଁ। କାରଣ ଏହା ପରମ ନିର୍ବୋଧତା ଓ ବେସରମ ମନୋଭାବର ପରିଚାୟକ। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ସମ୍ମୁଖୀନ ହେବାକୁ ପଡ଼ିବ।

ବିଛା :  ସେବା ଧର୍ମକୁ ଆଦରି ନେଇପାରନ୍ତି। ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ। ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବେ।

ଧନୁ : ଭ୍ରାତୃତ୍ବର ନିବିଡ଼ ବନ୍ଧନରେ ଅନୁବନ୍ଧିତ ହୋଇପାରନ୍ତି। କୃଷକ କଲ୍ୟାଣ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ବିଦ୍ରୋହ ଚଳାଇ ଆସୁଥିବା ଶତ୍ରୁ ଶରଣଗତ ହେବ। ଋଣଭାର ଲାଘବ ହେବ।

ମକର : କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ଶ୍ରମ ଓ ନିଷ୍ଠା ଆପଣଙ୍କ ଆର୍ଥିକ ସ୍ଥିତିକୁ ଉଳ କରିପାରେ। ଅଧ୍ୟୟନରତ ହେଲେ ଚତୁର୍ବେଦର ସାର ଓଁକାରକୁ ଗ୍ରହଣ କରିପାରନ୍ତି। ସୁଖୀ ହେବେ।

କୁମ୍ଭ : ଶ୍ରମ ଓ ନିଷ୍ଠାର ମହତ୍ବ ରହିଛି। ବହୁଜନ ହିତାୟ, ବହୁଜନ ସୁଖାୟ ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଚେଷ୍ଟିତ ହେବେ। ସାଂସାରିକ ଲେଖାରେ ଚନ୍ଦ୍ରଘଣ୍ଟା ହୋଇ ଜ୍ଞାନାମୃତକୁ ବିତରଣ କରିବେ।

ମୀନ : ପରିବାର ରୂପୀ ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କରିପାରନ୍ତି। ଆପଣଙ୍କ ଭଳି ବ୍ୟକ୍ତିବିଶେଷ ସ୍ବକୀୟ ଗୁଣକୁ ନେଇ ପୂଜ୍ୟ ହୋଇପାରନ୍ତି। ସ୍ବଧର୍ମରେ ଆପଣ ପାପଭାଗୀ ହେବେ ନାହିଁ। ସର୍ବତ୍ର ବିଜୟୀ ହେବେ।

Comments are closed.