www.samajalive.in
Monday, December 15, 2025
14.1 C
Bhubaneswar

ଅଂସାରଉଲ୍ଲାର ୧୬ ଠିକଣା ଉପରେ ଏନଆଇଏ ଚଢଉ

ଚେନ୍ନଇ : ଜାତୀୟ ତଦନ୍ତକାରୀ ସଂଗଠନ (ଏନଆଇଏ) ଶନିବାର ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଷଡ଼ଯନ୍ତ୍ର ରଚୁଥିବା ଆତଙ୍କବାଦୀ ସଂଗଠନ ଅଂସାରଉଲ୍ଲାର ତାମିଲନାଡୁସ୍ଥିତ ୧୬ ଠିକଣା ଉପରେ ଚଢଉ କରିଛି। କୁହାଯାଉଛି ଯେ ଏହି ଠିକଣାଗୁଡ଼ିକରୁ ବିପୁଳ ପରିମାଣଣ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଏନଆଇଏ କିଛି ଦିନ ତଳେ ଅଂସାରଉଲ୍ଲା ସହ ଜଡିତ ୧୪ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କୁ ସାଉଦି ଆରବକୁ ଦେଶାନ୍ତର କରାଯାଇଥିଲା।
ଏନଆଇଏ ଅନୁସାରେ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲକାଏଦା ଏବଂ ଆଇଏସ ସହ ସମ୍ପୃକ୍ତ ଅଂସାରଉଲ୍ଲାର ଉଦେଶ୍ୟ ଅତ୍ୟନ୍ତ ବିପଦଜନକ। ଏହି ସଂଗଠନ ଭାରତକୁ ଇସଲାମିକ ଷ୍ଟେଟରେ ବଦଳାଇ ସରିୟା ଆଇନ ଲାଗୁ କରିବାକୁ ଚାହୁଁଛି। ଏଥିପାଇଁ ଅଂସରଉଲ୍ଲା ଭାରତରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଛି। ଅଂସାରଉଲ୍ଲାର ଅର୍ଥ ହେଲା ଉଲ୍ଲାହର ସମର୍ଥକ। ଭାରତରେ ଗୁପ୍ତରେ ପରିଚାଳିତ ଏହି ସଂଗଠନ ଓମାନର ଆତଙ୍କବାଦୀ ସଂଗଠନ ଅଂସାରଉଲ୍ଲା ସହ ସମ୍ପୃକ୍ତ ଅଛି। ଓମାନସ୍ଥିତ ଅଂସାରଉଲ୍ଲା ସଂଗଠନର ସଦସ୍ୟ ହୁତି ବିଦ୍ରୋହୀ ଭାବରେ ପରିଚିତ। ଓମାନରେ ହୁତି ବିଦ୍ରୋହୀମାନେ ଶତାଧିକ ଲୋକଙ୍କୁ ହତ୍ୟା କରିଛନ୍ତି। ଏହି ସଂଗଠନ କଠୋର ଇସଲାମିକ ବିଚାରଧାରାରେ ବିଶ୍ୱାସ କରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories