ପାଟନା : ବିହାରରେ ଜାପାନିଜ ଏନସେଫାଲାଇଟିସ୍ ବା ମସ୍ତିଷ୍କ ଜ୍ୱର ଉତ୍କଟ ରୂପ ନେବାରେ ଲାଗିଛି । ଇତିମଧ୍ୟରେ ମସ୍ତିଷ୍କ ଜ୍ୱରଜନିତ ମୃତ୍ୟୁ ସଂଖ୍ୟା ୧୨୯ରେ ପହଞ୍ଚିଛି । ଜାତୀୟ ମାନବାଧିକାର କମିଶନ ଏସଂକ୍ରାନ୍ତରେ କେନ୍ଦ୍ର ସରକାର ଓ ବିହାର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି। ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ସେଠାକୁ ଆଉ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ଦଳ ମୁଜାଫର୍ପୁରରେ ଏକ ଅତ୍ୟାଧୁନିକ ବହୁମୁଖୀ ଗବେଷଣା କେନ୍ଦ୍ର ସ୍ଥାପନ ଦିଗରେ କାର୍ଯ୍ୟ କରିବେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ
ବିହାର ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ମୁଜାଫର୍ପୁର ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ପାଟନାଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ରୋଗର ନିୟନ୍ତ୍ରଣପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ସକାଶେ ସେ ନିର୍ଦ୍ଦେଶ ଦେଇଛନ୍ତି।
ଜାପାନିଜ ଏନସେଫାଲାଇଟିସ୍ ମୃତ୍ୟୁ ସଂଖ୍ୟା ୧୨୯କୁ ବୃଦ୍ଧି : କେନ୍ଦ୍ର ଓ ବିହାର ସରକାରଙ୍କୁ ମାନବାଧିକାର କମିଶନଙ୍କ ନୋଟିସ୍
Popular Categories



