କେରଳରେ ଦୁଇ ମହିଳାଙ୍କୁ ବଳି ଘଟଣା ; ଏନଏଚଆରସି ପକ୍ଷରୁ ରିପୋର୍ଟ ତଲବ

ନୂଆଦିଲ୍ଲୀ : କେରଳର ଦୁଇ ଜଣ ମହିଳା ଗତ ତିନି ମାସ ଧରି ନିଖୋଜ ରହିବା ଓ ପରେ ସେମାନଙ୍କୁ ବଳି ଦିଆଯିବା ଖବର ଉପରେ ଜାତୀୟ ମାନବିକ ଅଧିକାର ଆୟୋଗ (ଏନଏଚଆରସି) କେରଳ ମୁଖ୍ୟ ସଚିବ ଓ ପୁଲିସ୍‌‌ ମହାନିର୍ଦ୍ଦେଶକଙ୍କୁ ନୋଟିସ୍‌‌ ଜାରି କରିଛନ୍ତି। ଏହି ଘଟଣାରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିଶନ୍‌‌ କହିଛନ୍ତି। ରିପୋର୍ଟରେ ତଦନ୍ତର ସ୍ଥିତାବସ୍ଥା ଓ ମୃତ ମହିଳାମାନଙ୍କ ପରିବାରକୁ ଦିଆଯାଇଥିବା କ୍ଷତିପୂରଣ ବିଷୟରେ ଉଲ୍ଲେଖ କରିବାକୁ ମଧ୍ୟ କୁହାଯାଇଛି ।
ଏକ ସଭ୍ୟ ସମାଜରେ ଏଭଳି ଦାରୁଣ ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କମିଶନ୍‌‌ କହିଛନ୍ତି। ଗଣମାଧ୍ୟମର ଖବରକୁ ବିଚାରକୁ ନେଇ ମାନବାଧିକାର ଆୟୋଗ ସ୍ବେଚ୍ଛାକୃତ ଭାବେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଗଣମାଧ୍ୟମର ଖବର ଅନୁସାରେ ମୃତ ମହିଳାମାନଙ୍କର ପରିବାରର ସଦସ୍ୟ ସେମାନଙ୍କର ନିଖୋଜ ବିଷୟରେ ତିନି ମାସ ପୂର୍ବେ ପୁଲିସରେ ଅଭିଯୋଗ କରିଥିଲେ।

kalyan agarbati

Comments are closed.