www.samajalive.in
Monday, December 15, 2025
26.1 C
Bhubaneswar

ଗରମ ଡାଲିରେ ପୋଡ଼ିହୋଇ ଛାତ୍ରୀ ମୃତ୍ୟୁ ଘଟଣା : କ୍ଷତିପୂରଣ ରାଶି ୩ ଲକ୍ଷକୁ ବୃଦ୍ଧି କଲେ ଏନଏଚଆରସି

ନୂଆଦିଲ୍ଲୀ : ମଧ୍ୟାହ୍ଣଭୋଜନ ସମୟରେ ଗରମ ଡାଲିରେ ପୋଡ଼ିହୋଇ ପ୍ରାଣ ହରାଇଥିବା କୋରାପୁଟ ଜିଲା ବୈପାରୀଗୁଡ଼ା ବ୍ଲକ ବାଲିଗାଁ ବାଳିକା ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ବାସନ୍ତୀ ବାରିକଙ୍କ ନିକଟ ସଂପର୍କୀୟଙ୍କୁ ତିନି ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବା ଲାଗି ରାଜ୍ୟ ମୁଖ୍ୟ ସଚିବଙ୍କୁ ଜାତୀୟ ମାନବାଧିକାର ଆୟୋଗ ନିର୍ଦେଶ ଦେଇଛନ୍ତି। ଗତ ୨୧ ନଭେମ୍ବର ୨୦୧୪ରେ ଘଟିଥିବା ଏହି ଘଟଣାରେ ପୀଡ଼ିତାଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦିଆଯାଇଛି ବୋଲି ଆୟୋଗଙ୍କୁ ରାଜ୍ୟ ସରକାର ଜଣାଇଥିଲେ; ମାତ୍ର ଏନଏଚଆରସି ଏଥିରେ ସନ୍ତୁଷ୍ଟ ନହୋଇ କ୍ଷତିପୂରଣ ରାଶି ୧ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ନିର୍ଦେଶ ଜାରି କରିଛନ୍ତି। ଚଳିତ ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟ ସରକାର କ୍ଷତିପୂରଣ ରାଶି ପ୍ରଦାନ କରି ଏନଏଚଆରସିଙ୍କୁ ଜଣାଇବେ। ପ୍ରକାଶ ଯେ ମାନବାଧିକାର କର୍ମୀ ତଥା ଆଡ଼ଭୋକେଟ ରାଧାକାନ୍ତ ତ୍ରିପାଠୀ ଏହି ଘଟଣାରେ ଏନଏଚଆରସିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories