www.samajalive.in
Sunday, December 7, 2025
13.1 C
Bhubaneswar

ମାସ୍କ ନ ପିନ୍ଧିଥିବା ଯାତ୍ରୀଙ୍କୁ ତଦାରଖ କରିବ କ୍ୟାମେରା!

କରୋନାର ପ୍ରକୋପ ଆଗାମୀ ଦିନରେ ଯଦି ବଢ଼ିବ, ତେବେ ​ଲୋକଙ୍କୁ ପରିସ୍ଥିତି ପ୍ରତି ସଚେତନ ହେବାକୁ ପଡ଼ିବ ବୋଲି କହିଛନ୍ତି ବ୍ରିଟେନ୍‌ର ବିମାନ କର୍ତ୍ତୃପକ୍ଷ ମୁଖ୍ୟ। ଲକ୍‌-ଡାଉନ୍, ସଟ୍-ଡାଉଡ଼୍, ଏଇ ରୋଗର ମୁଖ୍ୟ ସମାଧାନ ନୁହେଁ। କାରଣ ଏଇ ପ୍ରକ୍ରିୟାରେ ଉଭୟ ଜୀବନ ଓ ଜୀବିକା ପ୍ରଭାବିତ ହେଲା। ଚଳିତ ବର୍ଷରୁ ବିଶ୍ବର ପ୍ରତ୍ୟେକ ବିମାନବନ୍ଦରରେ ବଡ଼ ଧରଣର ପରିବର୍ତ୍ତନ କରାଯିବ। ଏହା ପୂର୍ବରୁ ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବିମାନବନ୍ଦରଗୁଡ଼ିକରେ କଡ଼ାକଡ଼ି ନିୟମ ପ୍ରଣୟନ କରାଯାଇଥିଲା। ବର୍ତ୍ତମାନ କରୋନା ରୋଗ ସହ ଲଢ଼ିବା ନିମନ୍ତେ ବ୍ରିଟେନ୍‌ର ହିଥ୍ରୋ ବିମାନବନ୍ଦର ସତର୍କତା ପଦକ୍ଷେପମାନ ନେଇଛି। ଚୀନ୍‌‌ର ବେଜିଂ ବିମାନବନ୍ଦରରେ ନୂଆ ନିୟମମାନ କାର୍ଯ୍ୟକାରୀ ହୋଇଛି। ଯାତ୍ରୀଙ୍କୁ ବିନା ସ୍ପର୍ଶରେ ବିମାନବନ୍ଦରରେ ରହିବାକୁ ପରାମର୍ଶ ଦିଆଯାଉଥିବାର ପ୍ରକାଶ। ସେହିପରି ବ୍ରିଟେନ୍‌ର ହିଥ୍ରୋ ବନ୍ଦର ମଧ୍ୟ ସଚେତନମୂଳକ ପଦକ୍ଷେମାନ ନେଉଛି। କ୍ୟାମେରାଗୁଡ଼ିକ ହିଁ ମାସ୍କ ପିନ୍ଧିନଥିବା ଯାତ୍ରୀଙ୍କୁ ଚିହ୍ନଟ କରିବ। ଏହା ସହ ବିମାନବନ୍ଦରରେ ଯେ କୌଣସି ପ୍ରାନ୍ତରେ ୫ଜଣରୁ ଅଧିକ ଏକତ୍ରିତ ହୋଇ ଛିଡ଼ା ହେଲେ, ସେଠାରେ ସାଇରନ୍ ବାଜିବ।
-ବିମାନବନ୍ଦର ଭିତରେ ଥିବା ରେସ୍ତୋରାଁକୁ ପ୍ରି-ବୁକ୍ କରାଯିବ ଓ ପ୍ରବେଶ ପରେ ଗୋଟିଏ ଥରରେ ହିଁ ଚେକ୍-ଇନ୍ କାମ ସମାପ୍ତ କରାଯିବ। ପୂର୍ବ ତୁଳନାରେ ସୁରକ୍ଷା ବ୍ୟବସ୍ଥା ଏବେ ଅଧିକ କଡ଼ାକଡ଼ି ହେବ।
-ଯାତ୍ରୀମାନେ ତତ୍‌କ୍ଷଣାତ୍ କରୋନା ପରୀକ୍ଷା ମଧ୍ୟ ବିମାନବନ୍ଦର ଭିତରେ କରାଇବାର ବନ୍ଦୋବସ୍ତ ରହିବ। ୧୪ହଜାର ଟଙ୍କା ଦେୟରେ ମାତ୍ର ୧ଘଣ୍ଟାରେ କରୋନା ପରୀକ୍ଷା କରାଯିବ ବୋଲି ବିମାନ କର୍ତ୍ତୃପକ୍ଷ କହିଛନ୍ତି। ଏଥରକ ଗ୍ରୀଷ୍ମ ଛୁଟିରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିବ ବୋଲି ସେମାନେ ଆଶା ରଖିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories