www.samajalive.in
Saturday, December 6, 2025
16.1 C
Bhubaneswar

ଆଜି ଜେଇଇ ଆଡ଼ଭାନ୍ସ ଫଳ

ଭୁବନେଶ୍ୱର  : ଜେଇଇ ଆଡ଼ଭାନ୍ସ ପରୀକ୍ଷା ଫଳ ଅକ୍ଟୋବର ୫ ଅର୍ଥାତ ସୋମବାର ପୂର୍ବାହ୍ନରେ ଆଇଆଇଟି ଦିଲ୍ଲୀ ପକ୍ଷରୁ ପ୍ରକାଶ ପାଇବ। ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀ ଜେଇଇ ଆଡ଼ଭାନ୍ସ ୱେବସାଇଟ୍‍କୁ ଯାଇ ୟୁଜର ଆଇଡି ଏବଂ ପାସ୍‍ୱାର୍ଡ ଲଗ୍‌ଇନ୍‍ କରି ପରୀକ୍ଷା ଫଳ ଦେଖି ପାରିବେ ବୋଲି ଆଇଆଇଟି ଦିଲ୍ଲୀ ପକ୍ଷରୁ କୁହାଯାଇଛି।
ଦେଶରେ ଥିବା ବିଭିନ୍ନ ଆଇଆଇଟି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ସେପ୍ଟେମ୍ବର ୨୭ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେପ୍ଟେମ୍ବର ୨୯ରେ ଆଇଆଇଟି ଦିଲ୍ଲୀ ପ୍ରଶ୍ନର ଉତ୍ତର ୱେବ୍‌ସାଇଟ୍‍ରେ ଅପଲୋଡ଼ କରି ସାରିିଛି। ତେବେ ଚଳିତ ବର୍ଷ ଜେଇଇ ମେନ୍‍ ପରୀକ୍ଷା ଦେଇ ଜେଇଇ ଆଡ଼ଭାନ୍ସ ପରୀକ୍ଷା ଦେବା ନିମନ୍ତେ ସାରା ଦେଶରେ ୧.୬୦ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ।
ଏଥିରୁ ସାରା ଦେଶରେ ୯୬ ପ୍ରତିଶତ ଏବଂ ଓଡ଼ିଶାରୁ ପ୍ରାୟ ୩୦୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି। କରୋନା କଟକଣାକୁ ଲକ୍ଷ୍ୟ କରି ଏ ବର୍ଷ ଦେଶର ୨୨୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଏସବୁ ସହରଗୁଡ଼ିକରେ ୧୧୫୦ଟି କେନ୍ଦ୍ର ହୋଇଥିଲା। ତେବେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କ ନାମଲେଖା ପାଇଁ କାଉନସେଲିଂ କରାଯିବ।
ଅକ୍ଟୋବର ୬ରୁ ନଭେମ୍ବର ୯ ତାରିଖ ସୁଦ୍ଧା କାଉନ​‌େ​‌ସଲିଂରେ ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ ବୋଲି ଜଣାପଡ଼ିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories