www.samajalive.in
Saturday, December 6, 2025
15.1 C
Bhubaneswar

ନ୍ୟୁଜିଲାଣ୍ଡ ମସଜିଦରେ ଗଣହତ୍ୟା; ମୃତ୍ୟୁସଂଖ୍ୟା ୪୯କୁ ବୃଦ୍ଧି, ୪୦ ଆହତ

ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚ ସହରରେ ଥିବା ୨ଟି ମସଜିଦରେ ଘଟିଥିବା ଗଣହତ୍ୟା ଘଟଣାରେ ମୃତ୍ୟୁ ସଂଖ୍ୟା ୪୯କୁ ବୃଦ୍ଧି ପାଇଛି। ଏଥିସହ ଆହୁରି ୪୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରାଯାଉଛି। ମସଜିଦ ନିକଟରୁ ଆଇଇଡି ଭର୍ତ୍ତି ୨ଟି କାରକୁ ଜବତ କରାଯାଇଛି। କାର ଭିତରେ ଥିବା ବିସ୍ଫୋରକକୁ ନିଷ୍କ୍ରିୟ କରାଯାଇଛି। ଆତଙ୍କୀମାନେ ଯୋଜନା ମୁତାବକ ଏହାକୁ ଚୂଡ଼ାନ୍ତ ରୂପ ଦେଇଥିବା ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ କହିଛନ୍ତି।

ସୂଚନା ମୁତାବକ, ଶୁକ୍ରବାର କ୍ରାଏଷ୍ଟଚର୍ଚ୍ଚରେ ଥିବା ଅଲ୍‌ ନୁର ମସଜିଦ ଏବଂ ଲିନଉଡ୍‌ ମସଜିଦରେ ଲୋକମାନେ ନମାଜ ପାଠ କରୁଥିବାବେଳେ କେତେଜଣ ଦୁର୍ବୃତ୍ତ ପଶି ଅତର୍କିତ ଆଖିବୁଜା ଗୁଳିଚାଳନା କରିଥିଲେ। ଘଟଣାରେ ମସଜିଦ ରକ୍ତରଞ୍ଜିତ ହୋଇପଡ଼ିଥିଲା। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

- Advertisement -

ବର୍ତ୍ତମାନ ସୁଦ୍ଧା ପୁଲିସ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ପୁଲିସ ପକ୍ଷରୁ ମସଜିଦଗୁଡ଼ିକରେ ସଶସ୍ତ୍ର ବାହିନୀଙ୍କୁ ମୁତୟନ କରାଯିବା ସହ ସ୍ଥାନୀୟ ଲୋକଙ୍କୁ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଏହି ଘଟଣାକୁ ନ୍ୟୁଜିଲାଣ୍ଡର ଏକ କଳା ଦିବସ ବୋଲି କହିଛନ୍ତି। ଏଥିସହ କ୍ରାଏଷ୍ଟଚର୍ଚ୍ଚରୁ ସମସ୍ତ ବିମାନ ଉଡ଼ାଣ ରଦ୍ଦ କରାଯାଇଛି। ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories