www.samajalive.in
Friday, December 5, 2025
17.1 C
Bhubaneswar

ଯୁବତୀଙ୍କ ଗଳିତ ଶବ ଉଦ୍ଧାର ; ବଳାତ୍କାର ପରେ ହତ୍ୟା ସନ୍ଦେହ

ବାଲେଶ୍ବର : ବାଲେଶ୍ବର ଜିଲା ରେମୁଣା ଥାନା ଅନ୍ତର୍ଗତ ନରହରି ପୁର ପଞ୍ଚାୟତ ବାଙ୍ଗର ଗ୍ରାମରେ ଜଣେ ଯୁବତୀଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗୁରୁବାର ସନ୍ଧ୍ୟାରୁ ଯୁବତୀ ଜଣଙ୍କ ନିଖୋଜ ଥିଲେ । କିଛି ଯୁବକ ତାଙ୍କୁ ଅପହରଣ କରି ନେଇଥିବା ପରିବାର ଲୋକ ରେମୁଣା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଛାନଭିନ୍ ଆରମ୍ଭ କରିଥିଲା। ଶୁକ୍ରବାର ସକାଳେ ଗ୍ରାମବାସୀ ଏକ ବାଉଁଶ ବୁଦା ମୂଳରେ ଯୁବତୀଙ୍କ ମୃତଦେହ ପଡିଥିବା ଦେଖି ପୁଲିସ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଯୁବତୀଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି । ମୃତ ଯୁବତୀ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଏବଂ ସେ ରେମୁଣା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଶିକ୍ଷୟିତ୍ରୀ ଥିଲେ ବୋଲି ଜଣାପଡିଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories