ବାଲେଶ୍ବର : ଶୁକ୍ରବାର ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ବୋଲି କହିଛନ୍ତି । ବାଲେଶ୍ବର ସାଂସଦ ତଥା ବିଜେଡି ଜିଲା ସଭାପତି ରବୀନ୍ଦ୍ର ଜେନାଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ଏହା ସହ ତାଙ୍କ ବିରୋଧରେ ବିରାଟ ଷଡଯନ୍ତ୍ର ଚାଲିଥିଲା ବୋଲି ଇସ୍ତଫାପତ୍ରରେ ସେ ଦର୍ଶାଇଛନ୍ତି । ଏକ ମିଶ୍ରଣ ପର୍ବରେ ତାଙ୍କୁ ଅଣଦେଖା କରାଯାଇଥିଲା ଏବଂ ଜିଲା ସଭାପତିଙ୍କ ମାନସିକ ନିର୍ଯାତନା ଅସହ୍ୟ ହେଉଛି ବୋଲି ସେ ଅଭିଯାଗ କରିଛନ୍ତି । ସୂଚନାଯୋଗ୍ୟ, ଗୁରୁବାର ନବରଙ୍ଗପୁର ସାଂସଦ ବଳଭ୍ରଦ ମାଝୀ ଇସ୍ତଫା ଦେଇଥିଲେ ।




