www.samajalive.in
Monday, December 8, 2025
24.1 C
Bhubaneswar

ପରଦାକୁ ଆସିଲା ‘ମେରେ ପ୍ୟାରେ ପ୍ରାଇମ୍‍ ମିନିଷ୍ଟର’

ମୁମ୍ବଇ : ରାକେଶ ଓମ୍‍ ପ୍ରକାଶ ମେହେରାଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ମେରେ ପ୍ୟାରେ ପ୍ରାଇମ୍‍ ମିନିଷ୍ଟର’ ଶୁକ୍ରବାର(୧୫ ମାର୍ଚ୍ଚ) ମୁକ୍ତିଲାଭ କରିଛି। ଏହା ଏକ ସାମାଜିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର। ତେବେ ପ୍ରଥମେ ଏହି ଚଳଚ୍ଚିତ୍ରକୁ ନେଇ ବିବାଦ ଦେଖାଦେଇଥିଲା କିନ୍ତୁ ପରେ ଏହାର ଟ୍ରେଲରକୁ ଦର୍ଶକଙ୍କ ଖୁବ୍ ପ୍ରଶଂସା ମିଳିଥିଲା।

୮ବର୍ଷର ଏକ ପିଲା କହ୍ନୈୟା ନିଜ ମାଆଙ୍କ ସହ ମୁମ୍ବଇର ଏକ ଛୋଟ ଗଳିରେ ରହେ। ହେଲେ ତାଙ୍କ ଜୀବନରେ ପରିବର୍ତ୍ତନ ସେତେବେଳେ ଆସୁଛି ଯେତେବେଳେ ଖୋଲାରେ ଶୌଚ ପାଇଁ ଯିବା ବେଳେ ତା’ ମାଆ ସହ ବଳାତ୍କାର ହେଉଛି। ତା’ପରେ କହ୍ନୈୟା ମାଆ ପାଇଁ ଶୌଚାଳୟ ନିର୍ମାଣ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖୁଛି ଓ କହୁଛି, ଆପଣଙ୍କ ମାଆଙ୍କ ସହ ଏପରି ହୋଇଥିଲେ ଆପଣଙ୍କୁ କେମିତି ଲାଗିଥାଆନ୍ତା? ଏହାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ଏଥିରେ ଅଞ୍ଜଳୀ ପାଟିଲ୍, ମକରନ୍ଦ ଦେଶପାଣ୍ଡେ, ଅତୁଲ କୁଲକର୍ନୀ ପ୍ରମୁଖଙ୍କୁ ମହତ୍ତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories