www.samajalive.in
Monday, December 15, 2025
14.1 C
Bhubaneswar

ମା’ ହେଲେ ନିଉଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

ୱେଲିଙ୍ଗଟନ୍‍ : ନିଉଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆଣ୍ଡ୍ରେନ୍‍ ଗୁରୁବାର ମାତୃତ୍ୱ ଲାଭ କରିଛନ୍ତି। ଅକ୍‍ଲ୍ୟାଣ୍ଡ ସିଟି ହସ୍ପିଟାଲଠାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏହା ତାଙ୍କର ପ୍ରଥମ ସନ୍ତାନ। ଗୁରୁବାର ଅପରାହ୍ଣରେ ସନ୍ତାନ ପ୍ରସବ ପରେ ୩୭ବର୍ଷୀୟା ଆଣ୍ଡ୍ରେନ୍‍ ତାଙ୍କ ନବଜତ ଶିଶୁକନ୍ୟା ଏବଂ ସ୍ୱାମୀ କ୍ଲାର୍କ ଗେଫୋର୍ଡଙ୍କ ସହିତ ଏକ ଫଟୋ ଟ୍ୱିଟର୍‍ରେ ସାର୍ବଜନୀନ କରିଛନ୍ତି। ସମ୍ପ୍ରତି ସେ ଛ’ମାସ ପାଇଁ ମାତୃତ୍ୱଲାଭଜନିତ ଅବକାଶରେ ଥିବାରୁ ତାଙ୍କ ସ୍ଥାନରେ ଉପ-ପ୍ରଧାନମନ୍ତ୍ରୀ ୱିନ୍‍ଷ୍ଟୋନ୍‍ ପିଟର୍ସ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରଧାନମନ୍ତ୍ରୀ ପଦରେ ଥାଇ ମାତୃତ୍ୱ ଲାଭ କରିବାରେ ଆଣ୍ଡ୍ରେନ୍‍ ବିଶ୍ୱର ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ତାଙ୍କ ପୂର୍ବରୁ ୧୯୯୦ରେ ପାକିସ୍ତାନର ତତ୍‍କାଳୀନ ପ୍ରଧାନମନ୍ତ୍ରୀ ବେନଜିର୍‍ ଭୁଟ୍ଟୋ ତାଙ୍କ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ। ସେତେବେଳେ କ୍ଷମତାରେ ଥାଇ ମାତୃତ୍ୱ ଲାଭ କରିବାରେ ସେ ବିଶ୍ୱର ପ୍ରଥମ ପ୍ରଧାନମନ୍ତ୍ରୀ ପାଲଟିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories